ସାରା ଦେଶରେ କରଓ୍ବାଚୌଥ୍ ପାଳନ ହୋଇଯାଇଛି। କରୋନା କଟକଣା ସତ୍ତ୍ୱେ ଏହି ଉତ୍ସବକୁ ବେଶ୍ ଧୂମ୍ଧାମରେ ପାଳନ କରାଯାଇଛି। ସାଧାରଣ ଲୋକଙ୍କ ପରି ସେଲିବ୍ରିଟିମାନେ ମଧ୍ୟ ଏହାକୁ ବହୁତ ଉତ୍ସାହର ସହ ପାଳନ କରିଛନ୍ତି। ପୂର୍ବ ଭାରତୀୟ କ୍ରିକେଟର ଯୁବରାଜ ସିଂହ ମଧ୍ୟ ସ୍ତ୍ରୀ ହେଜଲଙ୍କ ସହ କରଓ୍ବାଚୌଥ୍ ପାଳନ କରିଛନ୍ତି। ନିଜ ହାତରେ ସ୍ତ୍ରୀଙ୍କୁ ପାଣି ପିଆଇ ବ୍ରତ ପୂରଣ କରିଛନ୍ତି। ଏହି ସମୟର ଏକ ଭିଡିଓ ଯୁବରାଜ ନିଜ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି।
ଭିଡିଓରେ ହେଜଲ ହାତରେ ପୂଜା ଥାଳିଧରି ଯୁବରାଜଙ୍କର ଆଳତୀ କରୁଛନ୍ତି। ସେହିପରି ଯୁବରାଜ ମଧ୍ୟ ତାଙ୍କୁ ନିଜ ହାତରେ ପାଣି ପିଆଇ ଦେଉଛନ୍ତି। ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଥିସହ ହେଜଲଙ୍କୁ ମିଠା ଖୁଆଇଦେଉଥିବାର ଏକ ଫଟୋ ମଧ୍ୟ ଯୁବରାଜ ଶେୟାର କରିଛନ୍ତି। ଏହାକୁ ଦେଖିବା ପରେ ପ୍ରଶଂସକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି। ବିବାହର ୪ ବର୍ଷ ପରେ ମଧ୍ୟ ସନ୍ତାନ ହୋଇ ନ ଥିବା ପ୍ରଶଂସକମାନେ କହିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଛୋଟ ଯୁବୀ କେବେ ଆସିବେ’।
୨୦୧୬ରେ ଯୁବରାଜ ଏବଂ ହେଜଲ ବିବାହ କରିଥିଲେ।