Categories: ଖେଳ

ଦ୍ୱିତୀୟ ଥର ପାଇଁ ବାପା ହେଲେ ଯୁବରାଜ, ଘରକୁ ଆସିଲା ରାଜକୁମାରୀ

ନୂଆଦିଲ୍ଲୀ,୨୫।୮: ଦ୍ୱିତୀୟ ଥର ଲାଗି ପିତା ହୋଇଛନ୍ତି ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂହ। ୟୁଭି ଏବଂ ପତ୍ନୀ ହେଜଲ କିଚ୍‌ଙ୍କ ଘରକୁ କନ୍ୟା ସନ୍ତାନ ଆସିଛି। ଏନେଇ କ୍ରିକେଟର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ପୁଅ-ଝିଅଙ୍କ ସହ ଫଟୋ ଶେୟାର କରି ଯୁବରାଜ ଲେଖିଛନ୍ତି, ଝିଅ ଔରା ଆସିବା ପରେ ନିଦ୍ରାହୀନ ରାତ୍ରି ବେଶ ଭଲ ଲାଗୁଛି। ଆମ ପରିବାର ପୁରା ହୋଇଛି।

କ୍ରିକେଟର ୨୦୧୬ରେ ବିବାହ କରିଥିଲେ। ଏହାର ୬ ବର୍ଷ ପରେ ଜାନୁୟାରୀ ୨୦୨୨ରେ ପୁଅ ଜନ୍ମ ହୋଇଥିଲା।

Share