Posted inଖେଳ

ଯୁବରାଜ ମୋ ପାଇଁ ଗର୍ବ କରୁଥିବେ: ଅଭିଷେକ

ହରାରେ,୯ା୭: ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଶତକ ହାସଲ କରିବା ପରେ ବର୍ତ୍ତମାନ ଯୁବରାଜ ସିଂ ତାଙ୍କୁ ନେଇ ଗର୍ବ କରୁଥିବେ ବୋଲି କହିଛନ୍ତି କ୍ରିକେଟର ଅଭିଷେକ ଶର୍ମା। ଭାରତ ପାଇଁ ଦ୍ୱିତୀୟ ମ୍ୟାଚ୍‌ ଖେଳୁଥିବା ଅଭିଷେକ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪୭ ବଲ୍‌ରୁ ୧୦୦ ରନ୍‌ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବା ବେଳେ ମେଣ୍ଟର ଯୁବରାଜ ଏହାକୁ ଭଲ ଆରମ୍ଭ ବୋଲି କହିଥିଲେ। ତେବେ ରବିବାରର ଇନିଂସ ନିଶ୍ଚିତ ଭାବରେ ଯୁବରାଜଙ୍କୁ ଗର୍ବିତ କରିଥିବ ବୋଲି କହିଛନ୍ତି ଅଭିଷେକ। ଭାରତର ୨୦୧୧ ବିଶ୍ୱକପ ବିଜୟର ହିରୋ ଯୁବରାଜଙ୍କୁ ନିଜ କ୍ୟାରିୟରର ଉନ୍ନତିର ଶ୍ରେୟ ପ୍ରଦାନ କରିଛନ୍ତି ଅଭିଷେକ। କେବଳ ଅନ ଫିଲ୍ଡ ନୁହେଁ ଫିଲ୍ଡ ବାହାରେ ମଧ୍ୟ ଯୁବରାଜ ତାଙ୍କୁ ବହୁତ ସହାୟତା କରିଥିବା କହିଛନ୍ତି ଅଭିଷେକ। ବିଗତ ୩ ବର୍ଷ ଧରି ଯୁବରାଜ ତାଙ୍କ ସହ ମିଶି କ୍ରିକେଟ ଦକ୍ଷତାର ଉନ୍ନତି ଉପରେ କାମ କରିଛନ୍ତି ବୋଲି କୁହନ୍ତି ଅଭିଷେକ।
ପଦାର୍ପଣ ମ୍ୟାଚ୍‌ରେ ଅଭିଷେକ ଖାତା ଖୋଲିବା ଆଗରୁ ଆଉଟ ହୋଇଥିଲେ ମଧ୍ୟ ରବିବାର ଦ୍ୱିତୀୟ ମ୍ୟାଚ୍‌ ଥିବାରୁ ପରାଜୟ ସମ୍ପର୍କରେ ଚିନ୍ତା କରିବାକୁ ସମୟ ମିଳି ନ ଥିବା କହିଥିଲେ ଅଭିଷେକ। ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ ଅଭିଷେକ ଏହି ସୂଚନା ଦେଇଛନ୍ତି। ସେହିପରି ଶତକ ପାଇଁ ପଞ୍ଜାବ ଦଳର ସାଥୀ ଖେଳାଳି ତଥା ବର୍ତ୍ତମାନ ଅଧିନାୟକ ଶୁବମନ ଗିଲ୍‌ଙ୍କୁ ଧନ୍ୟବାଦ ଦେଇଛନ୍ତି ଅଭିଷେକ। ଖରାପ ଫର୍ମରେ ଥିବା ସମୟରେ ହିଁ ସେ ଗିଲ୍‌ଙ୍କ ବ୍ୟାଟ ବ୍ୟବହାର କରିଥାନ୍ତି। ୧୪ ବର୍ଷରୁ କମ୍‌ ବୟସ କ୍ରିକେଟରୁ ଏହି ଧାରା ଜାରି ରହିଛି। ପ୍ରଥମ ମ୍ୟାଚ୍‌ରେ ୦ରେ ଆଉଟ ହେବା ପରେ ଗିଲ୍‌ଙ୍କ ବ୍ୟାଟ ବ୍ୟବହାର କରି ଶତକ ହାସଲ କରିଥିଲେ ଅଭିଷେକ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

ଆସିଲା ଆଇପିଏଲ ମେଗା ନିଲାମୀ ତାରିଖ: ଜାଣନ୍ତୁ କେବେ ହେବ ?

ନୂଆଦିଲ୍ଲୀ,୧୮ା୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ପାଇଁ ମେଗା ନିଲାମ ଖୁବଶୀଘ୍ର ଅନୁଷ୍ଠିଟି ହେବାକୁ ଯାଉଛି। ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଅନୁଷ୍ଠିତ...

ପଞ୍ଜାବ କିଙ୍ଗ୍ସର ମୁଖ୍ୟ କୋଚ୍‌ ହେଲେ ପଣ୍ଟିଂ

ନୂଆଦିଲ୍ଲୀ,୧୮ା୯: ଆଇପିଏଲ୍‌ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସର ନୂତନ ମୁଖ୍ୟ କୋଚ୍‌ ଭାବରେ ବୁଧବାର ରିକି ପଣ୍ଟିଂଙ୍କ ନାମ ଘୋଷଣା କରାଯାଇଛି। ଟ୍ରେଭର ବେଲିସ୍‌ଙ୍କ ସ୍ଥାନରେ ପୂର୍ବତନ...

ପୁଣି ମୁହାଁମୁହିଁ ହେଲେ କୋହଲି-ଗମ୍ଭୀର: ଦେଖନ୍ତୁ ଟ୍ରେଲର୍‌…

ନୂଆଦିଲ୍ଲୀ,୧୮।୯: ଭାରତୀୟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ। ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ଦାୟିତ୍ୱ ତୁଲାଉଛନ୍ତି। ଟିମ ଇଣ୍ଡିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri