Categories: ଖେଳ

ଆୟାରଲାଣ୍ଡ ଗସ୍ତରେ ଭାରତୀୟ ଦଳ

ନୂଆଦିଲ୍ଲୀ,୨୩।୬: ଭାରତ ଏବଂ ଆୟାରଲାଣ୍ଡ ମଧ୍ୟରେ ଦୁଇଟି ଟି -୨୦ ମ୍ୟାଚ ସିରିଜ ଜୁନ ୨୬ଠାରୁ ଖେଳାଯିବ। ଏଥିପାଇଁ ଭାରତୀୟ ଦଳ ଆଜି ଆୟର୍ଲାଣ୍ଡ ଅଭିମୁଖେ ଯାତ୍ରା କରିଛି। ସ୍ପିନର ୟୁଜଭେନ୍ଦ୍ର ଚହଲ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି। ଏହି ଗସ୍ତରେ ଭାରତର ଅଧିନାୟିକତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହସ୍ତାନ୍ତର କରାଯାଇଛି।
ଟି -୨୦ରେ ଆୟାରଲାଣ୍ଡ ବିପକ୍ଷରେ ଭାରତର ରେକର୍ଡ ଭଲ ରହିଛି। ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ୩ ଟି -୨୦ ମ୍ୟାଚ ହୋଇଛି ଏବଂ ପ୍ରତ୍ୟେକ ଥର ଟିମ ଇଣ୍ଡିଆ ଆୟାରଲାଣ୍ଡକୁ ପରାସ୍ତ କରିଛି। ୨୦୦୯ ରେ ପ୍ରଥମ ଥର ପାଇଁ ଏହି ଦୁଇ ଦଳ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚକୁ ଭାରତ ୮ ଉଇକେଟରେ ଜିତି ନେଇଥିଲା। ଏହି ଗସ୍ତର ପ୍ରଥମ ଟି-୨୦ ଜୁନ ୨୬ରେ ଏବଂ ଦ୍ୱିତୀୟ ଟି-୨୦ ମ୍ୟାଚ ଜୁନ୍‌ ୨୮ରେ ଡବଲିନରେ ଖେଳାଯିବ।

 

Share