Categories: ଖେଳ

ମୁଁ ତୁମର ସବୁଠାରୁ ବଡ଼ ଫ୍ୟାନ୍‌: ଧନଶ୍ରୀ

ନୂଆଦିଲ୍ଲୀ,୨୩।୭: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଦୁଇ ଉଇକେଟ ନେଇଥିବା ଯୁଜବେନ୍ଦ୍ର ଚହଲଙ୍କ ଆଜି ଜନ୍ମଦିନ। ଏହାକୁ ନେଇ ସାଥୀ ଖେଳାଳିଙ୍କଠାରୁ ଆରମ୍ଭ କରି ସ୍ତ୍ରୀ ଧନଶ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ବତନ୍ତ୍ର ପୋଷ୍ଟ କରିଛନ୍ତି। ହେଲେ ଧନଶ୍ରୀଙ୍କ ବାର୍ତ୍ତା ସମସ୍ତଙ୍କ ହୃଦୟ ଜିତିଛି।

ଇନ୍‌ଷ୍ଟାଗ୍ରାମରେ ଧନଶ୍ରୀ ଚହଲଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଜୀବନ ଏକ ଯାତ୍ରା। ଅନେକ ଢ଼ଙ୍ଗରେ ଏହା ବହୁତ ସୁନ୍ଦର। ତୁମେ ବହୁତ ଭଲ ମଣିଷ। ଭଗବାନ ତୁମ ଉପରେ ସର୍ବଦା ଦୟାଳୁ ରୁହନ୍ତୁ। ଜନ୍ମଦିନର ଶୁଭେଚ୍ଛା ଯୁଜବେନ୍ଦ୍ର ଚହଲ। ମୁଁ ତୁମର ସବୁଠାରୁ ବଡ଼ ପ୍ରଶଂସକ।

କହିରଖୁଛୁ, ଚହଲ ଡିସେମ୍ବର ୨୦୨୦ରେ ଧନଶ୍ରୀଙ୍କୁ ବିବାହ କରିଥିଲେ। ଲକ୍‌ଡାଉନ୍‌ ସମୟରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ପେସାରେ ଧନଶ୍ରୀ ଜଣେ କୋରିଓଗ୍ରାଫର।

Share