Categories: ଖେଳ

ଚହଲଙ୍କ ସହ ମନୋମାଳିନ୍ୟକୁ ନେଇ ମୁହଁ ଖୋଲିଲେ ଧନଶ୍ରୀ

ନିକଟରେ ଭାରତୀୟ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ଟ୍ରେଣ୍ଡରେ ଥିଲେ। ଧନଶ୍ରୀ ଇନ୍‌ଷ୍ଟାଗ୍ରାମରେ ତାଙ୍କ ନାଁରୁ ଚହଲ ସରନେମ୍‌ ହଟାଇ ଦେଇଥିଲେ। ସେପଟେ ଚହଲ ମଧ୍ୟ ଏକ ଇନ୍‌ଷ୍ଟା ଷ୍ଟାଟସରେ ଲେଖିଥିଲେ ‘ନ୍ୟୁ ଲାଇଫ୍‌ ଲୋଡିଂ’। ଏହି ପୋଷ୍ଟ ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ଖୁବ୍‌ ଚର୍ଚ୍ଚା ହୋଇଥିଲା।
ଏବେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଧନଶ୍ରୀ। ସେ ଇନଷ୍ଟାଗ୍ରାମରେ ଏକ ଲମ୍ବା ଚଉଡା ପୋଷ୍ଟ କରିଛନ୍ତି। ସେ ଏହି ପୋଷ୍ଟ ମାଧ୍ୟମରେ ଲେଖିଛନ୍ତି, ଆଣ୍ଠୁରେ ଆଘାତ ହେତୁ ସେ ଆଉ ଡ୍ୟାନ୍ସ କରିପାରିବେ ନାହିଁ। ଡାକ୍ତରମାନେ କହିଛନ୍ତି ଯଦି ସେ ପୁଣି ଡ୍ୟାନ୍ସ କରିବେ ତେବେ ଅସ୍ତ୍ରୋପଚାର ଆବଶ୍ୟକ। ଅସ୍ତ୍ରୋପଚାର ବିନା ଅନ୍ୟ ବିକଳ୍ପ ନାହିଁ। ଏହି ସର୍ତ୍ତଗୁଡିକ ଅନୁକୂଳ ନ ଥିଲା, ବହୁତ ଚ୍ୟାଲେଞ୍ଜିଂ ପରିସ୍ଥିତି ଥିଲା, କିନ୍ତୁ ସ୍ବାମୀ ଚହଲଙ୍କ ସମ୍ପୂର୍ଣ୍ଣ ସମର୍ଥନ ମିଳିଥିଲା। କଠିନ ପରିସ୍ଥିତିରେ ମୁଁ ମୋ ସ୍ବାମୀ, ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ସମର୍ଥନ ପାଇଛି। ମଝିରେ ମଝିରେ ଲୋକମାନେ ଗୁଜବ ପ୍ରଚାର କରିବାକୁ ଲାଗିଲେ, କିନ୍ତୁ ଏସବୁ ଶୁଣିବା ମୋ ପକ୍ଷେ ସହଜ ନ ଥିଲା, ମୁଁ ଭିତରେ ବହୁତ ଦୁଃଖିତ।
ଧନଶ୍ରୀ ଏବଂ ୟୁଜବେନ୍ଦ୍ର ଚହଲ ମାତ୍ର ୩ ମାସ ପରସ୍ପରକୁ ଡେଟିଂ କରିବା ପରେ ଡିସେମ୍ବର ୨୦୨୦ରେ ବିବାହ କରିଥିଲେ। ଉଭୟ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଧନଶ୍ରୀ ଜଣେ ପ୍ରସିଦ୍ଧ ୟୁଟ୍ୟୁବର୍‌ ଏବଂ କୋରିଓଗ୍ରାଫର୍‌। ଚହଲ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ସେ ଏସିଆ କପ ୨୦୨୨ରେ ଭାରତୀୟ ଦଳ ସହ ନଜର ଆସିବେ।

Share