Categories: ଜାତୀୟ

ଖୁସି ଖବର ଦେଲେ ଚହଲ: ଶେୟାର କଲେ ଫଟୋ

ନୂଆଦିଲ୍ଲୀ,୧୧।୬: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଏବେ ପରିବାର ସହ ସମୟ ବିତାଉଛନ୍ତି। ସେ ଗୁରୁବାର ପ୍ରଶଂସକଙ୍କ ସହ ଏକ ଖୁସି ଖବର ଶେୟାର କରିଛନ୍ତି। ଚହଲ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ତାଙ୍କ ପରିବାର ସହିତ ବସିଥିବାର ନଜର ଆସିଛନ୍ତି। ସ୍ତ୍ରୀ ଧନଶ୍ରୀ ବର୍ମାଙ୍କ ସହ ମା’ ଏବଂ ବାପାଙ୍କ ସହ ଚହଲ ବସିଛନ୍ତି। ଚହଲଙ୍କ ମାତାପିତା କରୋନା ଆକ୍ରାନ୍ତ ହୋଇଥିଲେ କିନ୍ତୁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ଚହଲ ଫଟୋ ଶେୟାର କରି କହିଛନ୍ତି, ପ୍ରାର୍ଥନା ଏବଂ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ। ବନ୍ଧୁ, ପରିବାର ଏବଂ ଆପଣଙ୍କ ସମସ୍ତଙ୍କଠାରୁ ବାର୍ତ୍ତା ମାଧ୍ୟମରେ ଆମେ ପାଇଥିବା ସାହାଯ୍ୟ ପାଇଁ ଧନ୍ୟବାଦ। ମାତାପିତା ସୁସ୍ଥ ଅଛନ୍ତି ଏବଂ ଆମେ ନିରାପଦରେ ରହିବାକୁ ସମସ୍ତଙ୍କୁ ନିବେଦନ କରୁଛୁ । ଧନଶ୍ରୀ ତାଙ୍କ ଶ୍ୱଶୁରଙ୍କ କରୋନା ସଂକ୍ରମିତ ହେବା ବିଷୟରେ ସୂଚନା ଦେଇଥିଲେ। ୟୁଜଭେନ୍ଦ୍ରଙ୍କ ବାପାଙ୍କଠାରେ ଗୁରୁତର କରୋନା ଲକ୍ଷଣ ଥିଲା। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚହଲଙ୍କ ମା’ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲା। ଧନଶ୍ରୀଙ୍କ ମା ଏବଂ ଭାଇ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କର ଜଣେ ସମ୍ପର୍କୀୟ କରୋନାରେ ପ୍ରାଣ ହରାଇଥିଲେ। ସୂଚନାଯୋଗ୍ୟ, ଚହଲ ଏବେ ଶ୍ରୀଲଙ୍କା ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

Share