Categories: ଖେଳ

ବ୍ୟାଟିଂ ପାଇଁ ମଇଦାନକୁ ଦୁଇଥର ଆସିଲେ ଚହଲ, ପୁରା ଘଟଣା ଜାଣିଲେ…

ତ୍ରିନିଦାଦ,୪।୮: ୨ ଟେଷ୍ଟ ଏବଂ ୩ ଦିନିକିଆ ମ୍ୟାଚ୍‌ର ସିରିଜ ଉପରେ କବ୍ଜା କରିବା ପରେ ଭାରତୀୟ ଟିମ୍‌ ଏବେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳୁଛି। ଗୁରୁବାର ସିରିଜର ପ୍ରଥମ ମୁକାବିଲା ଖେଳାଯାଇଥିବା ବେଳେ ଏଥିରେ ମାତ୍ର ୪ ରନ୍‌ରେ ଭାରତୀୟ ଟିମ୍‌ ପରାଜିତ ହୋଇଛି। ତେବେ ଏହି ରୋମାଞ୍ଚକର ମ୍ୟାଚ୍‌ର ଅନ୍ତିମ ଚରଣରେ ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ଅନ୍ତିମ ଓଭରର ପ୍ରଥମ ବଲରେ କୁଲଦୀପ ଯାଦବ ଆଉଟ୍‌ ହୋଇଥିଲେ। ଭାରତୀୟ ଦଳକୁ ସେତେବେଳେ ବିଜୟ ଲାଗି ୧୦ ରନ୍‌ର ଆବଶ୍ୟକତା ଥିଲା। ଏହି ସମୟରେ ଅଧିନାୟକ ଏବଂ କୋଚ୍‌ ମୁକେଶ କୁମାରଙ୍କୁ ପଠାଇବାକୁ ଚାହୁଁଥିଲେ। ହେଲେ ୟୁଜବେନ୍ଦ୍ର ଚହଲ ବ୍ୟାଟିଂ ପାଇଁ ପହଞ୍ଚି ଯାଇଥିଲେ। ପରେ ତାଙ୍କୁ ହାର୍ଦ୍ଦିକ ଏବଂ କୋଚ୍‌ ସେଠାରୁ ଡାକିଥିଲେ। ଶେଷରେ ଏମ୍‌ସିସି ନିୟମାନୁଯାୟୀ ଚହଲ ପୁଣିଥରେ ମଇଦାନକୁ ଯାଇଥିଲେ। ଏଭଳି ଚହଲ ପ୍ରଶଂସକଙ୍କୁ ରୋମାଞ୍ଚକର ମ୍ୟାଚ୍‌ରେ ହସର ଛୁଙ୍କ ଦେଇଥିଲେ।
ଦେଖନ୍ତୁ ଭିଡିଓ:

 

Share