ଗୁଆହାଟୀ,୧୪।୧୦: କେନ୍ଦ୍ର ସରକାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ସୁରକ୍ଷା ବଢାଇ ଦେଇଛନ୍ତି। ଶୁକ୍ରବାର ତାଙ୍କୁ ଜେଡ୍-ପ୍ଲସ୍ ସୁରକ୍ଷା ଦିଆଯାଇଛି। ପୂର୍ବରୁ ତାଙ୍କ ଜେଡ୍ ସୁରକ୍ଷା ଯୋଗାଇ ଦିଆଯାଉଥିଲା।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ସରମାଙ୍କ ସୁରକ୍ଷା ବ୍ୟବସ୍ଥା କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିର ପରାମର୍ଶ କ୍ରମେ ସମୀକ୍ଷା କରାଯାଇଥିଲା। ଏହାପରେ ତାଙ୍କୁ ଜେଡ୍-ପ୍ଲସ୍ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା।