ନୂଆଦିଲ୍ଲୀ, ୫।୧: ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ସୁବିଧା ଯୋଗାଇ ଦେବା ଲାଗି କେନ୍ଦ୍ର ନିଷ୍ପତ୍ତି ନେଇଛି। ଦେଶର ଯେ କୌଣସି ସ୍ଥାନକୁ ଯାତ୍ରା କରିବାବେଳେ ବୋଷଙ୍କ ସୁରକ୍ଷାରେ ୨୫ରୁ ୩୦ ଆର୍ମଡ୍ ଫୋର୍ସ ତାଙ୍କ ପାଖରେ ଉପସ୍ଥିତ ରହିବେ।
ଅବସର ପ୍ରାପ୍ତ ଆଇଏଏସ୍ ଅଫିସର ବୋଷ ଗତବର୍ଷ ନଭେମ୍ବରରେ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ବର୍ତ୍ତମାନର ଉପରାଷ୍ଟ୍ରପତି ଜଗଦୀପ ଧନ୍କର ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଦାୟିତ୍ୱରେ ଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ମଧ୍ୟ ଜେଡ୍ ପ୍ଲସ୍ ସିକ୍ୟୁରିଟି ଯୋଗାଇ ଦିଆଯାଇଥିଲା।