Categories: ଜାତୀୟ

ଯଶବନ୍ତଙ୍କୁ ଜେଡ୍‌ ସୁରକ୍ଷା

ନୂଆଦିଲ୍ଲୀ,୨୪।୬: ବିରୋଧି ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ସୁରକ୍ଷା ଦାୟିତ୍ୱ ବଢାଇ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଯଶବନ୍ତଙ୍କୁ ଜେଡ୍‌ କେଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଛି। ସିଆରପିଏଫ୍‌ କମାଣ୍ଡୋ ତାଙ୍କର ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । ଗୋଟିଏ ସିଫ୍ଟିରେ ୮ରୁ ୧୦ ଜଣ ସୁରକ୍ଷାକର୍ମୀ ତାଙ୍କୁ ସୁରକ୍ଷା ଦେବେ ବୋଲି ଜଣାପଡ଼ିଛି। ସେହିପରି ଜୁନ ୨୭ରେ ନାମାଙ୍କନପତ୍ର ଦାଖଲ କରିବେ। ଯଶବନ୍ତ ଦୁଇ ଦିନିଆ ବିହାର ଏବଂ ଝାଡଖଣ୍ଡ ଗସ୍ତ କରିବେ ବୋଲି ଜଣାପଡିଛି।

Share