Categories: ଖେଳ

Zaka Ashraf resigns: ପୁଣି ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ, ପିସିବି ସର୍ବେସର୍ବା ଜାକା ଅଶରଫ ଦେଲେ ଇସ୍ତଫା

ଇସଲାମାବାଦ,୨୦।୧: ପାକିସ୍ତାନ କ୍ରିକେଟ ସହ ଜଡ଼ିତ ବଡ଼ ଖବର ସାମ୍ନାକୁ ଆସିଛି। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ମ୍ୟାନେଜମେଣ୍ଟ କମିଟିର ମୁଖ୍ୟ ଜାକା ଅଶରଫ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ବୋର୍ଡ ପକ୍ଷରୁ ବୟାନ ଜାରି କରାଯାଇଛି। ତେବେ ନଜମ ସେଠୀଙ୍କ ସହ ମ୍ୟାନେଜମେଣ୍ଟ କମିଟି ମୁଖ୍ୟ ଭାବେ ଭୂମିକା ତୁଲାଇବା ପରେ ସେ ୨୦୨୩ ଜୁଲାଇ ୬ରେ ପିସିବିର ବୋର୍ଡ ଅଫ୍‌ ଗଭନର୍ସର ଅଂଶ ପାଲଟିଥିଲେ।

ଅଶରଫଙ୍କ କାର୍ଯ୍ୟକାଳ ସମୟରେ ପାକିସ୍ତାନୀ କ୍ରିକେଟ ଟିମ୍‌ ଏସିଆ କପ୍‌, ଦିନିକିଆ ବିଶ୍ୱକପ୍‌ ଭଳି ବଡ଼ ଟୁର୍ନାମେଣ୍ଟରେ ଭାଗନେଇଥିଲା। ଏଥିରେ ଦଳକୁ ପରାଜୟର ସ୍ବାଦ ଚାଖିବାକୁ ପନଇଥିଲା। ଏବେ ସେ ଇସ୍ତଫା ଦେବା ସହ କ୍ରିକେଟର ଉନ୍ନତି ଲାଗି ସର୍ବଦା କାର୍ଯ୍ୟ କରିଥିବା କହିଛନ୍ତି। ଏବେ ତାଙ୍କ ସ୍ଥାନ ନେବା ଲାଗି କାହାକୁ ନାମାଙ୍କନ କରିବେ ତାହା ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି।

Share