Categories: ଜାତୀୟ

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜକିଉର ରହମାନ ଲଖଭିଙ୍କୁ ଟେରର ଫଣ୍ଡିଂ ମାମଲାରେ ୧୫ ବର୍ଷ ଜେଲ

ଇସ୍‌ଲାମାବାଦ,୮ ।୧: ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲସ୍କର-ଇ-ତୋଏବାର କମାଣ୍ଡର ଜକିଉର ରହମାନ ଲଖଭିଙ୍କୁ ପାକିସ୍ତାନର ଏକ କୋର୍ଟ ଟେରର ପଣ୍ଡିଂ ମାମଲାରେ ୧୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଗତ କିଛିଦିନ ହେବ ଆତଙ୍କବାଦୀ ସଙ୍ଗଠନକୁ ଟଙ୍କା ଯୋଗାଇବା ଅଭିଯୋଗରେ ଲଖଭିଙ୍କୁ ଗିରଫ କରାଯାଇଥିଲା । ସୂଚନାଯୋଗ୍ୟ, ଡିସପେନସାରୀ ନାମରେ ଅର୍ଥ ଯୋଗାଡ କରି ଏହାର ବ୍ୟବହାର ଆତଙ୍କବାଦୀ ସଙ୍ଗଠନରେ କରାଯାଉଥିଲ । ବିଶେଷ କରି ନୂଆ ଆତଙ୍କବାଦୀ ତିଆରି କରିବାରେ ଏହା ବ୍ୟବହାର କରଯାଉଥିଲା ବୋଲି କୁହାଯାଏ ।

Share