ନୂଆଦିଲ୍ଲୀ,୨୦ ।୯: ଦେଶରେ ବଡ ଧରଣର ଆକ୍ରମଣ ଯୋଜନାରେ ଥିବା ସନ୍ଦିଗ୍ଧ ଆତଙ୍କବାଦୀ ଜାକିର ହୁସେନ ଶେଖଙ୍କୁ ମହାରାଷ୍ଟ୍ର ଏଟିଏସ୍ ପଚରା ଉଚରା କରିବା ପରେ ଅନେକ ତଥ୍ୟ ହାସଲ ହୋଇଛି । ଏହି ସମ୍ପୂର୍ଣ୍ଣ ମାମଲାରେ ପାକିସ୍ତାନୀଙ୍କ ହାତ ଥିବା ଜଣାପଡିଛି । ଏଟିଏସ୍ର ସୂଚନା ଅନୁଯାୟୀ, ଶେଖଙ୍କୁ ପଚରାଉଚରା ସମୟରେ ସେ ମାନିଛନ୍ତି ଯେ ଅନ୍ୟ ଏକ ଦେଶରେ ବସି ହ୍ୟାଣ୍ଡଲର୍ସଙ୍କଠାରୁ ତାଙ୍କୁ ନିର୍ଦ୍ଦେଶ ମିଳୁଥିଲା । ସେ ସେମାନଙ୍କ ଇସାରାରେ କାମ କରୁଥିଲେ । ସୂଚନାଯୋଗ୍ୟ, ମହାରାଷ୍ଟ୍ର ଏଟିଏସ୍ ଶେଖଙ୍କୁ ଆତଙ୍କବାଦୀ ଆକ୍ରମଣ ଭଳି ଆପରାଧିକ ଷଡଯନ୍ତ୍ର ଅଭିଯୋଗରେ ଗିରଫ କରିଥିଲେ । ଜାକିର ହୁସେନ ଶେଖଙ୍କୁ ପଚରାଉଚରା ଆଧାରରେ ରିଜୱାନ ଇବ୍ରାହିମ ମୋନିମଙ୍କୁ ମୁଂବ୍ରାରୁ ତାଙ୍କ ଘରୁ ଗିରଫ କରାଯିବା ସହ ସେଠାରୁ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜବତ କରାଯାଇଛି ।
Posted inଜାତୀୟ