ପରଲୋକରେ ଜାମ୍ବିଆର ପ୍ରଥମ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୮ା୬: ଜାମ୍ବିଆର ପ୍ରଥମ ରାଷ୍ଟ୍ରପତି କେନେଥ୍‌ କଉଣ୍ଡାଙ୍କ ପରଲୋକ ହୋଇଯାଇଛି। ଜାମ୍ବିଆ ରାଷ୍ଟ୍ରପତି ଏଡ୍‌ଗାର ଲୁଙ୍ଗା ଫେସ୍‌ବୁକ୍‌ରେ ଏହି ସୂଚନା ଦେଇଛନ୍ତି। ଆଫ୍ରିକୀୟ ସ୍ବାଧୀନତା ଆନ୍ଦୋଳନ ପାଇଁ ଉପନିବେଶବାଦ ବିରୋଧରେ ଲଢ଼ିଥିବା ନେତା କେନେଥ୍‌ଙ୍କୁ ୯୭ ବର୍ଷ ହୋଇଥିଲା। ସେ ୧୯୬୪ରୁ ୧୯୯୧ ପର୍ଯ୍ୟନ୍ତ ରାଷ୍ଟ୍ରପତି ହୋଇଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶୋକ ବ୍ୟକ୍ତ କରିଛନ୍ତି। କେନେଥ୍‌ ଭାରତର ଜଣେ ଉତ୍ତମ ବନ୍ଧୁ ଏବଂ ନନ୍‌-ଏଲାଇନ୍‌ଡ ମୁଭ୍‌ମେଣ୍ଟର ଅଗ୍ରଦୂତ ଥିଲେ ବୋଲି ସୋନିଆ କହିଛନ୍ତି।

Share