ମୁମ୍ବାଇ: ଟେଲିଭିଜନ ପରଦାର ସବୁଠାରୁ ଲୋକପ୍ରିୟ ଶୋ’ ‘ଦ କପିଲ ଶର୍ମା ଶୋ’। ପ୍ରତି ସପ୍ତାହରେ ଅନେକ ସେଲିବ୍ରେଟି ସେମାନଙ୍କର ଚଳଚ୍ଚିତ୍ର କିମ୍ବା ସେମାନଙ୍କର ଆଗାମୀ ପ୍ରୋଜେକ୍ଟକୁ ପ୍ରମୋଟ କରିବାକୁ କିମ୍ବା ଇଭେଣ୍ଟର ଆନାଉନ୍ସମେଣ୍ଟ କରିବାକୁ ଏହି ଶୋ’ରେ ଆସିଥାଆନ୍ତି । ଏହି ସମୟରେ କମେଡିଆନ କପିଲ ଶର୍ମା ଏହି ଗେଷ୍ଟେମାନଙ୍କ ସହିତ ବହୁତ ଥଟ୍ଟା କରନ୍ତି ଏବଂ ଦର୍ଶକଙ୍କୁ ଏଣ୍ଟରଟେନ କରିଥାଆନ୍ତି।
ଚଳିତ ସପ୍ତାହରେ ସାରା ଅଲି ଖାଁ ଏବଂ ବିକ୍କି କୌଶଲ ‘ଦି କପିଲ ଶର୍ମା ଶୋ’ର ସେଟକୁ ଆସି ନିକଟରେ ରିଲିଜ ହୋଇଥିବା ମୁଭି ‘ଜରା ହଟକେ ଜରା ବଚକେ’ର ପ୍ରମୋଶନ କରିଥିଲେ। ଏହି ସମୟରେ ସାରା ଶୋ’ରେ ନିଜ ବିଷୟରେ ଏମିତି କିଛି କଥା କହିିଥିଲେ ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
‘ଦ କପିଲ ଶର୍ମା ସୋ’ରେ ବିକ୍କି କୌଶଲ କହିଥିଲେ ଯେ ସାରା ଅଲି ଖାଁ ଷୋଳଶହ ଟଙ୍କାର ଟାୱେଲ କିଣିବା ପାଇଁ ତାଙ୍କ ମା’ ଅମୃତା ସିଂଙ୍କୁ ଗାଳି ଦେଇଛନ୍ତି। ଏହା ଉପରେ ସାରା ଜୋରରେ କୁହନ୍ତି ଯେ କିଏ ଏତେ ଦାମୀ ଟାୱେଲ କିଣେ। ଏହା ପରେ ଅଭିନେତ୍ରୀ ହସିହସି ପ୍ରକାଶ କରିଛନ୍ତି ଯେ ସେ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ କଞ୍ଜୁସ। ସାରା କହିଛନ୍ତି ଯେ ସେ ଗୋଟିଏ ଚା-ବ୍ୟାଗରେ ୨-୩ଥର ଚା ତିଆରି କରନ୍ତି । ବିକି କୌଶଲ, କପିଲ ଶର୍ମା ଏବଂ ଅର୍ଚ୍ଚନା ପୁରଣ ସିଂଙ୍କ ସମେତ ସମସ୍ତ ଦର୍ଶକ ସାରାଙ୍କ କଥାରେ ବହୁତ ହସିଥିଲେ।