Advertisement

ଲକ୍‌ଡାଉନରେ ଗରିବ ହୋଇଗଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜରିନ ଖାଁ ଏବେ କାମ ଅପେକ୍ଷାରେ। ଯେତେଶୀଘ୍ର କାମ ଆରମ୍ଭ ହେବ ତାହା ତାଙ୍କ ପାଇଁ ଭଲ ବୋଲି ସେ କହିଛନ୍ତି। କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୫ ମାସ ହେବ ସବୁ ବନ୍ଦ ଥିବାରୁ ଅନେକ ଲୋକ ଏହାରି ଭିତରେ ରୋଜଗାର ହରାଇଲେଣି। ଏମିତିକି ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଲୋକେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି। ଏମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଅଭିନେତ୍ରୀ ଜରିନ ଖାଁ। ଏବେ ସେ ଗରିବ ହୋଇଯାଇଥିବା କଥା ମୁହଁ ଖୋଲି କହିଛନ୍ତି। ସେ କହିଛନ୍ତି ଏବେ ତାଙ୍କ ନିକଟରେ କିଛି ଓ୍ବେବ ସିରିଜର ଅଫର ରହିଛି ହେଲେ ସେ ଆଉ ଟିକେ ଅପେକ୍ଷା ରଖିଛନ୍ତି। କାରଣ ସେ କିଛି ଭିନ୍ନ କ୍ୟାରେକ୍ଟରର ସନ୍ଧାନରେ ଅଛନ୍ତି। ଏହାସହ ତାଙ୍କୁ ହଟ୍‌ ଓ ଗ୍ଲାମରସ ଚରିତ୍ର ଅଫର କରୁଥିବା ବେଳେ ସେ ତାଙ୍କୁ ନାଁ କହିଦେଉଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ହମ ଭି ଅକେଲେ ତୁମ ଭି ଅକେଲ’କୁ ନେଇ ସେ କହିଛନ୍ତି ଏହାକୁ ଛୋଟ ଫିଲ୍ମ ଭାବି ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯାଉ ନାହିଁ। ସେଠାରେ ବଡ ବଡ ଷ୍ଟାରଙ୍କ ଫିଲ୍ମ ରିଲିଜ ହେଉଛି। ସୂଚନାଯୋଗ୍ୟ, ଲକ୍‌ଡାଉନ ପାଇଁ ବଲିଉଡ୍‌ ଶୁଟିଂ ବନ୍ଦ ଥିବା ବେଳେ ଜରିନଙ୍କ ସେଭିଙ୍ଗସ୍‌ ଏବେ ସରି ସରି ଆସିଥିବା ସେ କହିଛନ୍ତି। ଘରେ କେବଳ ସେ ରୋଜଗାର କରୁଥିବାରୁ ଆଗକୁ ମ୍ୟାନେଜ କରିବା କଷ୍ଟକର ହେବ ବୋଲି ସେ କହୁଛନ୍ତି। ତାଙ୍କ ବାପା ଦାଦାଙ୍କ ପାଖରେ ଏତେବି ଅର୍ଥ ନାହିଁ ଯେ ସେମାନେ ଘରେ ବସି ଖାଇ ପାରିବେ। ସେଥିପାଇଁ ତ ସେ ରୋଜଗାର କରିବା ଆରମ୍ଭ କରିଛନ୍ତି ବୋଲି କୁହନ୍ତି। ଏବେକିନ୍ତୁ କରୋନା ଯୋଗୁ ହୋଇଥିବା ଲକ୍‌ ଡାଉନ ପରେ ସେ କେବଳ ତାଙ୍କ ସଞ୍ଚିତ ଅର୍ଥ ଖର୍ଚ୍ଚ କରି ଚାଲିଥିବା କୁହନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share