ଜେଡ୍ ବ୍ଲାକ୍ ଅଗରବତୀ ଓ ଏମ୍‌ଏସ୍ ଧୋନିଙ୍କ ମଧ୍ୟରେ ସହଭାଗିତା

ଭୁବନେଶ୍ୱର,୧୫।୧୧: ଭାରତର ଅଗ୍ରଣୀ ପ୍ରିମିୟମ ଧୂପକାଠି ନିର୍ମାତା ଜେଡ୍ ବ୍ଲାକ୍‌ ଅଗରବତୀ ଓ କ୍ରିକେଟ କିମ୍ବନ୍ଦନ୍ତୀ ଏମ୍‌ଏସ୍ ଧୋନି ଆଇସିସି କ୍ରିକେଟ୍ ୱାର୍ଲ୍ଡକପ୍‌ ୨୦୨୩ ସମୟରେ ସାମୂହିକ ପ୍ରାର୍ଥନାର ଉତ୍ସାହ ଓ ପ୍ରାର୍ଥନାର ଶକ୍ତିକୁ ପାଳନ କରିବା ପାଇଁ ଏକାଠି ହୋଇଛନ୍ତି । ଭାରତର ଚମତ୍କାର ପ୍ରଦର୍ଶନ ସହିତ କ୍ରିକେଟ୍ ବିଶ୍ୱକପ୍ ଆଗକୁ ବଢୁଥିବା ବେଳେ ଜେଡ୍ ବ୍ଲାକ୍ ପକ୍ଷରୁ ଏକ ଆକର୍ଷଣୀୟ ଟିଭିସି କ୍ୟାମ୍ପେନ୍‌ର ଉନ୍ମୋଚନ କରାଯାଇଛି । ଏହି ନୂଆ ଟିଭିସି ବନ୍ଧୁତ୍ୱ, ଏକତା ଓ ସାମୂହିକ ପ୍ରାର୍ଥନାର ମହତ୍ୱକୁ କ୍ୟାପଚର କରିଛି ।

ଏହି ଟିଭି କମର୍ସିଆଲରେ ଏମ୍‌ଏସ୍ ଧୋନିଙ୍କୁ ବନ୍ଧୁମାନଙ୍କ ସହିତ ଏକ ରୋମାଂଚକର ମ୍ୟାଚ୍ ଉପଭୋଗ କରୁଥିବାର ଦେଖିବାକୁ ମିଳୁଛି । ବନ୍ଧୁମାନେ ଗେମ୍‌ର ଏକ ରୋମାଂଚକର ମୁହୂର୍ତକୁ ସେୟାର କରୁଥିବା ବେଳେ କ୍ୟାପ୍ଟେନ କୁଲ୍ ଜଟିଳ ସମୟରେ ପ୍ରାର୍ଥନାର ଶକ୍ତି ସମ୍ପର୍କରେ କହୁଛନ୍ତି । ଏହି ସହଭାଗିତା ସମ୍ପର୍କରେ ମହୀଶୂର ଦୀପ୍ ପର୍‌ଫ୍ୟୁମେରୀ ହାଉସ୍‌ର ନିର୍ଦ୍ଦେଶକ ଅଙ୍କିତ ଅଗ୍ରୱାଲ କହିଛନ୍ତି, “କ୍ରିକେଟ୍ କିମ୍ବନ୍ଦନ୍ତୀ ଏମ୍‌ଏସ୍ ଧୋନିଙ୍କ ସହ ସହଭାଗିତା କରି ଆମେ ବାସ୍ତବରେ ଗର୍ବିତ । ଏହି ସହଭାଗିତା ମାଧ୍ୟମରେ ଆମେ ଲୋକମାନଙ୍କୁ ଓ ସମୁଦାୟଗୁଡିକ ଏକାଠି ହେବା, ସ୍ମରଣୀୟ ମୁହୂର୍ତଗୁଡିକୁ ପାଳନ କରିବା ଓ ନିଜର ସାମୂହିକ ଆର୍ଶୀବାଦକୁ ବିସ୍ତାର କରିବା ପାଇଁ ଅନୁପ୍ରାଣିତ କରିବାକୁ ଆଶା ରଖିଛୁ ।”

ସେହିପରି ମହୀଶୂର ଦୀପ୍ ପର୍‌ଫ୍ୟୁମେରୀ ହାଉସ୍‌ର ନିର୍ଦ୍ଦେଶକ ଅଂଶୁଲ ଅଗ୍ରୱାଲ କହିଛନ୍ତି, “ ଆନନ୍ଦ ଓ ଉତ୍ସାହର ଭାବନାକୁ କ୍ୟାପ୍‌ଚର କରୁଥିବା ଏହି ନୂଆ ଟିଭିସି ନିଶ୍ଚିତ ରୂପେ ଦେଶରେ ଏକ ନୂଆ ଉତ୍ସାହ ସୃଷ୍ଟି କରିବ । ଆମର ରଣନୀତି ମଧ୍ୟରେ ଆଂଚଳିକ ସୁଗନ୍ଧଗୁଡିକର ଏକ ବିସ୍ତୃତ ଶୃଙ୍ଖଳା ଉପରେ ଗୁରୁତ୍ୱ ଦେବା ଏବଂ ପାର୍ବଣ ଋତୁ ସମୟରେ ଅଭିନବ ସୁଗନ୍ଧ, ଅନୁସନ୍ଧାନ ଓ ବିକାଶ ପଦ୍ଧତିଗୁଡିକୁ ଆବିଷ୍କାର କରିବା ପ୍ରତି ଆମର ପ୍ରତିବଦ୍ଧତା ଆଦି ସାମିଲ ରହିଛି ।’ ଏହି ଟିଭିସିକୁ ଓବ୍‌ରୟ ଆଇବିସି ପରିକଳ୍ପନା କରିଥିବା ବେଳେ ଏହାକୁ ପାର୍ବଣ ଋତୁ ପାଇଁ ନ୍ୟୁଜ୍ ଓ ଜିଇସି ଚ୍ୟାନେଲ ମାଧ୍ୟମରେ ପ୍ରସାରିତ କରାଯିବ । ଓବରୟ ଆଇବିସିର ଏମ୍‌ଡି ଆନନ୍ଦ ଓବ୍‌ରୟ କହିଛନ୍ତି, “ଜେଡ୍ ବ୍ଲାକ୍ ପ୍ରାର୍ଥନା ଓ ଆଧ୍ୟାତ୍ମିକ ରୀତିନୀତିର ଶକ୍ତି ସହ ଜଡିତ ରହିଛି ।

ଏମ୍‌ଏସ୍ ଧୋନିଙ୍କ ସହ ଏହିସହଭାଗିତା ଓ ନୂଆ ଟିଭିସି ଉକ୍ତ ବିଶ୍ୱାସକୁ ରେଖାଙ୍କିତ କରୁଛି ଯେ, କେବଳ କ୍ରିକେଟ୍ ପଡିଆରେ ନୁହେଁ, ଆମ ଜୀବନରେ ମଧ୍ୟ ସାମୂହିକ ପ୍ରାର୍ଥନାର ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବା ଓ ଶୁଭଫଳ ଆଣିବାର କ୍ଷମତା ରହିଛି ।’ ନିଜରସମ୍ପ୍ରସାରଣ ରଣନୀତିର ଅଂଶ ଭାବେ କମ୍ପାନୀ ବର୍ଦ୍ଧିତ ଘରୋଇ ଚାହିଦାକୁ ପୂରଣ କରିବା ଲାଗି ନିଜର ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ରିଟେଲ ଉପସ୍ଥିତିକୁ ମଜଭୁତ କରିବା ଓ ବିତରଣ ନେଟ୍‌ୱର୍କକୁ ବିସ୍ତାର କରିବା ପାଇଁ ପୁଞ୍ଜିନିବେଶ କରିଛି । ଏମ୍‌ଡିପିଏଚ୍ ମଧ୍ୟପ୍ରଦେଶଠାରେ ୫ଟି ଫ୍ୟାକ୍ଟ୍ରି ବିଶିଷ୍ଟ ୯୪୦,୦୦୦ ବର୍ଗଫୁଟ୍‌ର ଉତ୍ପାଦନ କାରଖାନାକୁ ପରିଚାଳନା କରୁଛି ଏବଂ ପ୍ରତିଦିନ ୩ କୋଟିରୁ ଅଧିକ ଧୂପକାଠି ପ୍ରସ୍ତୁତ କରୁଛି । ଏହି ବିସ୍ତୃତ ଉତ୍ପାଦ ଶୃଙ୍ଖଳାରେ ୧୨୦୦ରୁ ଅଧିକ ଉତ୍ପାଦ ରହିଛି ଯାହାକୁ ୪୦ରୁ ଅଧିକ ଦେଶରେ ବିତରଣ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ଅର୍ଥନୈତିକ ଅଭିବୃଦ୍ଧି ସହ ଭାରତର ଉତ୍ଥାନ ହେଉଛି’

ଭୁବନେଶ୍ୱର,୨୨ା୧୦(ଅନୁରାଧା ମହାରଣା): ୭% ଜିଡିପି ଅଭିବୃଦ୍ଧି ଏବଂ ୧,୫୧,୦୦୦ରୁ ଅଧିକ ଷ୍ଟାର୍ଟଅପ୍‌ ସହିତ ଭାରତ ଏହାର ଅର୍ଥନୀତିକୁ ନୂଆରୂପ ଦେବାକୁ ଯାଉଛି। ନିକଟରେ ନୂଆଦିଲ୍ଲୀରେ ଆୟୋଜିତ ବାର୍ଷିକ...

ଶେୟାର ବଜାର କାରବାରରେ ହ୍ରାସ

ମୁମ୍ବାଇ,୨୨।୧୦: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର...

ଅଭ୍ୟୁଦୟ ଆଇସିସିର ନୂଆ ସଭାପତି

ନୂଆଦିଲ୍ଲୀ,୨୨।୧୦: ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ନୂତନ ସଭାପତି ଭାବେ ଜିନ୍ଦଲ ଷ୍ଟେନଲେସ୍‌ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ ମନୋନୀତ ହୋଇଛନ୍ତି। ଏପରିକି...

ଆଇଡେଷ୍ଟିନିର ଏକ୍ସକ୍ଲୁସିଭ ଆଉଟଲେଟ

ଭୁବନେଶ୍ୱର,୨୨।୧୦ (ଅଭୟ ଦାଶ): ଆଇଡେଷ୍ଟିନି (ଆପଲ୍‌ ଅଥରାଇଜଡ ରିସେଲର ଷ୍ଟୋର) ର ଏକ୍ସକ୍ଲୁସିଭ ଆଉଟଲେଟ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶାରେ କେବଳ ଗୋଟିଏ ନୁହେଁ,...

ସପିଂରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ବ୍ୟବହାର

ମୁମ୍ବାଇ,୨୨।୧୦: ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର ଭିନ୍ନ ଭିନ୍ନ ବର୍ଗର ସପିଂରେ କରିବାକୁ ଯାଉଛି।...

ଭାଙ୍ଗିଲା ଟାଟା ଗ୍ରୁପର ଏହି ପୁରୁଣା ପରମ୍ପରା! ନୋଏଲ ଆସିବା ପରେ ହେଲା ପରିବର୍ତ୍ତନ

ମୁମ୍ବାଇ.୨୧।୧୦: ରତନ ଟାଟାଙ୍କ ମୃତ୍ୟୁ ପରେ ଟାଟା ଟ୍ରଷ୍ଟ ନିଯୁକ୍ତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଲାଇଭ ମିଣ୍ଟ ରିପୋର୍ଟ ଅନୁଯାୟୀ, ସାର୍‌ ରତନ...

ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟବୀମାରୁ ଜିଏସ୍‌ଟି ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ,୨୦ା୧୦: ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା କ୍ଷେତ୍ରରେ ସମ୍ପୂର୍ଣ୍ଣ ଜିଏସ୍‌ଟି ପ୍ରତ୍ୟାହାର ପାଇଁ ମନ୍ତ୍ରୀସ୍ତରୀୟ କମିଟି ସୁପାରିଶ କରିଛି । ଜିଏସ୍‌ଟି ପରିଷଦକୁ ସୁପାରିଶ କରାଯାଇଥିବା...

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri