ନୂଆଦିଲ୍ଲୀ,୩୦।୯: ଜି ଏଣ୍ଟରଟେନମେଣ୍ଟ ସୋନି ଟିଭି ସହ ମିଶ୍ରଣ ନେଇ ଯୋଜନା ରଖିଥିଲା। ମାତ୍ର ବର୍ତ୍ତମାନ ଏହାର ଅଡୁଆ ବଢିଥିବା ଜଣାପଡିଛି। ଜି ଏଣ୍ଟରଟେନମେଣ୍ଟର ସବୁଠାରୁ ବଡ ନିବେଶକ ଇନଭେସ୍କୋ ବର୍ତ୍ତମାନ ଆଇନଗତ ଲଢ଼େଇର ସାହାରା ନେଇଛି। ଜି ଏଣ୍ଟରଟେନମେଣ୍ଟକୁ ଇନଭେସ୍କୋ ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ(ଏନ୍ସିଏଲ୍ଟି)କୁ ଘୋସାଡିଛି। ଇନଭେସ୍କୋ ଏହାର ଦାବିରେ କହିଛି, କମ୍ପାନୀ ଏକ୍ସଟ୍ରା ଅର୍ଡିନାରୀ ଜେନେରାଲ ମିଟିଂ(ଇଜିଏମ୍) ଆୟୋଜନ କରୁ। କମ୍ପାନୀର ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ପୁନୀତ ଗୋଏଙ୍କାଙ୍କୁ ବାହାର କରିବା ନେଇ ଏହା ଦାବି ଉଠାଇଛି। ଏନ୍ସିଏଲ୍ଟିର ମୁମ୍ବାଇ ବେଞ୍ଚରେ ଏହି ମାମଲା ଦାଏର କରାଯାଇଛି। ଜି ଏଣ୍ଟରଟେନମେଣ୍ଟରେ ଇନଭେସ୍କୋର ପ୍ରାୟ ୧୮% ଅଂଶଧନ ରହିଛି। ୬୭% ଅଂଶଧନ ବିଦେଶୀ ନିବେଶକଙ୍କ ପାଖରେ ରହିଛି। କେବଳ ୪.୭% ଅଂଶଧନ ପ୍ରମୋଟରଙ୍କ ନିକଟରେ ରହିଥିବା ଜଣାପଡିଛି।