ଜୀ-ସାର୍ଥକରେ ‘ରଙ୍ଗ ମହୋତ୍ସବ’

ଭୁବନେଶ୍ୱର,୨୪।୩: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଜୀ-ସାର୍ଥକର ହୋଲି କାର୍ଯ୍ୟକ୍ରମ ବେଶ୍‌ ସ୍ମରଣୀୟ ହେବ। ଏପରିକି ପ୍ରଥମଥର ପାଇଁ ଓଡ଼ିଶା ଟେଲିଭିଜନ ଜଗତର ଦର୍ଶକମାନେ ଚଳିତ ବର୍ଷ ହୋଲିରେ ୩ ଘଣ୍ଟାର ଏ ନିଆରା କାହାଣୀ ଦେଖିବାକୁ ପାଇବେ। ଯେଉଁଥିରେ ଜୀ-ସାର୍ଥକର ମେଗା ସିରିୟଲ ‘ସୁନା ଝିଅ, ଶ୍ର ଓ ତୂ ଖରା ମୁଁ ଛାଇ’ପରି ଲୋକପ୍ରିୟ ମେଗା ଧାରାବାହିକ ସାଙ୍ଗକୁ ପ୍ରିୟ ଚରିତ୍ରମାନଙ୍କର ମିଳନ ହୋଲିରେ ହୋଇଛି। ସେହିଭଳି ଶ୍ରୀଚନ୍ଦନପୁରର ସର୍ବପୁରାତନ ରାଧାକୃଷ୍ଣ ମନ୍ଦିରର ପୁନଃପ୍ରତିଷ୍ଠା ଉତ୍ସବରେ ଅପ୍ରତ୍ୟାଶିତ ଭାବେ ପ୍ରିୟା, ମାନିନୀ ଓ ଶ୍ରୀ’ଙ୍କ ଚରିତ୍ର ଶ୍ରୀଚନ୍ଦନପୁରର କାହାଣୀରେ ଯୋଡ଼ି ହୋଇଯାଇଛନ୍ତି। ଏପରିକି ସମ୍ପୃକ୍ତ ଗାଁର ମୁଖ୍ୟ ଦର୍ପନାରାୟଣ ଓ ଗ୍ରାମବାସୀ ମିଶି ମନ୍ଦିରର ପୁନରୁଦ୍ଧାର କରିବା ସହ ମନ୍ଦିର ପାଇଁ ସୁନା ଓ ହୀରା ଅଳଙ୍କାର, ମୂର୍ତ୍ତି ପାଇଁ ପାଣ୍ଠି ଯୋଗାଇବାକୁ ଯୋଜନା କରିଛନ୍ତି, କିନ୍ତୁ ଏହାକୁ ଦର୍ପନାରାୟଣଙ୍କ ଭାଇ ରବିନାରାୟଣ ବିରୋଧ କରୁଛନ୍ତି ଓ ସେପଟେ ମନ୍ଦିରରେ ପୂଜା ପାଇଁ ସମସ୍ତେ ପ୍ରସ୍ତୁତ ହେଉଥିବା ବେଳେ ହୋଲିର ପୂର୍ବ ଦିନ ଅର୍ଥାତ ଦୋଳ ଉତ୍ସବରେ ହିଁ ମନ୍ଦିରରୁ ସମସ୍ତ ଅଳଙ୍କାର ଏବଂ ଦେବତାଙ୍କ ମୂର୍ତ୍ତି ନିଖୋଜ ହୋଇଯାଇଛି। ବିଶେଷକରି ଗାଁରେ ବିଶୃଙ୍ଖଳା ଆରମ୍ଭ ହୋଇଯାଇଛି। ସେହିପରି ପରିସ୍ଥିତି ଏପରି ହୋଇଛି ଯେ ସମସ୍ତଙ୍କ ପ୍ରିୟ ଶିଶୁ କଳାକାର ମିଠି, ଅଂଶିକା ଏବଂ ବଂଶିକା ମିଶି ପ୍ରକୃତ ଦୋଷୀକୁ ଧରିଛନ୍ତି, ହେଲେ କିପରି ଧରିଛନ୍ତି ତାହା ଅତ୍ୟନ୍ତ ରୋଚକ ହୋଇଥିଲାବେଳେ ସମସ୍ତ ବିଶୃଙ୍ଖଳା ମଧ୍ୟରେ ଗାଁ ହୋଲିର ପରିବେଶ ପୂରା ରଙ୍ଗିନ ହୋଇଛି ଓ ପୂରା ଗାଁ ରଙ୍ଗ ମହୋତ୍ସବ ପାଳନ କରିଛି। ଉକ୍ତ କାର୍ଯ୍ୟକ୍ରମରେ ସମ୍ପର୍କର ବିଭିନ୍ନ ରଙ୍ଗକୁ ଏକ ନୂଆ ଢଙ୍ଗରେ ପରିବେଷଣ କରାଯାଇଛି। ଏହି ସ୍ପେଶାଲ ହୋଲି ପ୍ରୋଗ୍ରାମରେ ଜୀ-ସାର୍ଥକର ବଡ଼ ବଡ଼ ସେଲିବ୍ରିଟି ଅଭିନୟ କରିବା ସହ ରଙ୍ଗ ମହୋତ୍ସବ ମାଧ୍ୟମରେ ଦର୍ଶକଙ୍କୁୁ ଆମୋଦିତ କରିବେ,ଯେଉଁଥିରେ ଭରପୂର ମନୋରଞ୍ଜନ ଓ ଏକ ମନଛୁଆଁ କାହାଣୀ ସାମିଲ ହୋଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ମାର୍ଚ୍ଚ ୨୪ ସଂଧ୍ୟା ୬.୩୦ ମି.ରେ ଦର୍ଶକମାନେ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ହୋଲି ରଙ୍ଗ ମହୋତ୍ସବ ଜୀ-ସାର୍ଥକରେ ଦେଖିବାକୁ ପାଇବେ। ଉକ୍ତ କାର୍ଯ୍ୟକ୍ରମଟି ନିଶ୍ଚିତ ଲୋକାଦୃତ ହେବ ବୋଲି ଜୀ-ସାର୍ଥକର ଚିଫ୍‌ କ୍ଲଷ୍ଟର ହେଡ୍‌ ସମ୍ରାଟ ଘୋଷ ଆଶା ପ୍ରକଟ କରିଛନ୍ତି। ଅପରପକ୍ଷରେ ଜୀ-ସାର୍ଥକର ଚିଫ୍‌ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍‌ ଅଗଣିତ ଓଡ଼ିଆ ଦର୍ଶକଙ୍କୁ ହୋଲିର ଅଗ୍ରିମ ଶୁଭୋ ଓ ଶୁଭକାମନା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ ଓଡ଼ିଶା ନିର୍ବାଚନ: ସରକାର ଖର୍ଚ୍ଚ କରିଥିଲେ ୧୧୫ କୋଟି ଟଙ୍କା, ସର୍ବାଧିକ ଗାଡ଼ି ଭଡା…

ଭୁବନେଶ୍ୱର,୧୭।୩: ୨୦୨୪ ରେ ଓଡ଼ିଶାରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟ ସରକାର ଗାଡ଼ି ଏବଂ ସାଉଣ୍ଡ ସିଷ୍ଟମ ଭଡା ଏବଂ ତମ୍ବୁ...

ଦେବେନ୍ଦ୍ରଙ୍କୁ ଗାର୍ଡ ଅଫ ଅନର

ଭୁବନେଶ୍ୱର,୧୭।୩: ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ଦେବେନ୍ଦ୍ର ପ୍ରଧାନଙ୍କ ମରଶରୀର। ଏହି ସମୟରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି। ତାଙ୍କୁ ଶେଷ ଦର୍ଶନ ପାଇଁ...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ପଶ୍ଚିମ ଓଡ଼ିଶାକୁ ଆର୍ଲଟ

ଭୁବନେଶ୍ୱର,୧୭।୩: ମଙ୍ଗଳବାର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପାଣିପାଗ ବିଭାଗ ମଙ୍ଗଳବାର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଶଙ୍କା କରିଛି। ଏ ନେଇ ବୌଦ୍ଧ ଜିଲାକୁ...

ଭୁବନେଶ୍ୱରରେ ୬ ମାସରେ ୧୮ ଫ୍ଲାଟରୁ ଚୋରି

ଭୁବନେଶ୍ୱର,୧୭।୩: ଚୋରି , ଛିନ୍‌ତାଇ, ଲୁଟ୍‌ ଏହା ନିତିଦିଦିଆ ଘଟଣାରେ ପରିଣତ ହୋଇଛି। ଭୁବନେଶ୍ୱରରେ ଦିନ ଦ୍ୱିପହରରେ ଲୁଟ୍‌ ହେଉଛି। ୬ ମାସରେ ଭୁବନେଶ୍ବରର ୧୮ଟି...

ଓଡ଼ିଶା ପାଲଟିଛି ବ୍ରାଉନସୁଗାର ହବ୍‌

ଭୁବନେଶ୍ୱର,୧୭।୩: ପ୍ରତ୍ୟେକ ଦିନ ନିଶା କାରବାରରେ ଅନେକ ଧରାପଡ଼ି ଜେଲ୍‌କୁ ଯାଇଥାନ୍ତି। ଏହା ଏକ ନିତିଦିନିଆ ଘଟଣା ହୋଇଥିବା ବେଳେ ବ୍ରାଉନସୁଗାର ହବ୍‌ ପାଲଟିଛି ଓଡ଼ିଶା।...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭ା୩: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କର ପରଲୋକ ହୋଇଛି। ତାଙ୍କର ବିୟୋଗରେ ସମଗ୍ର ରାଜନୈତିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ଦେବେନ୍ଦ୍ରଙ୍କ ନିଧନ ଖବର...

ଗୃହ କମିଟି ଗଠନ ଦାବି କଲା କଂଗ୍ରେସ

ଭୁବନେଶ୍ୱର,୧୭।୩: ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ମହିଳା ବିରୋଧୀ ହିଂସା ରାଜ୍ୟରେ ବଢୁଛି। ଗୃହରେ ଶାସକ ଦଳ ବିଧାୟକଙ୍କ ଆଚରଣ ଠିକ ରହୁନାହିଁ। ହେଲେ...

ଆଠ ମାସରେ ୨୦,୦୬୦ ମାମଲା ପଞ୍ଜିକୃତ: ୭,୦୪୮ ନିଖୋଜ ଠାବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ ଆଠ ମାସରେ ରାଜ୍ୟରେ ୨୦,୦୦୦ ରୁ ଅଧିକ ନିଖୋଜ ମାମଲା ପଞ୍ଜିକୃତ ହୋଇଛି, ଯାହା ମଧ୍ୟରୁ ୭,୦୪୮ ଟି ସମାଧାନ କରାଯାଇଛି ବୋଲି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image