୭୧ ବର୍ଷରେ ର଼୍ୟାମ୍ପ ଓ୍ବାର୍କ କରି ଚର୍ଚ୍ଚାରେ ଭେଟେରାନ ଅଭିନେତ୍ରୀ

ବମ୍ବେ: ୭୧ ବର୍ଷରେ ର଼୍ୟାମ୍ପ ଓ୍ବାକ୍‌ କରି ଚର୍ଚ୍ଚାରେ ଭେଟେରାନ ଅଭିନେତ୍ରୀ ଜିନତ ଅମାନ। ଲାକ୍ମୀ ଫ୍ୟାଶନ ଓ୍ବିକ୍‌-୨୦୨୩ରେ ସେ ଡିଜାଇନର ଶାହିନ ମେନନଙ୍କ ଶୋ’ ଟପ୍ପର ଥିଲେ। ସେ ର଼୍ୟାମ୍ପଙ୍କୁ ଓହ୍ଲାଇବା ବେଳେ ସମସ୍ତେ ତାଙ୍କ ଆତ୍ମବିଶ୍ୱାସ ଦେଖି ଅବାକ ହୋଇ କରତାଳି ଦେଇଥିଲେ। ଏବେ ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।

ଲାକ୍ମୀ ଫ୍ୟାଶନ ଓ୍ବିକ୍‌ ପକ୍ଷରୁ ଶେୟାର କରାଯାଇଥିବା ଭିଡିଓରେ ଜିନତ ଲାଲ ଏବଂ କଳା ରଙ୍ଗର ପ୍ରିଣ୍ଟେଡ୍‌ ଶୁଟ୍‌ ପିନ୍ଧିଥିବା ଦେଖାଯାଇଛି। କଳା ରଙ୍ଗର ସନ୍‌ଗ୍ଲାସ ସହ ସେ ନିଜର ଲୁକ୍‌କୁ କମ୍ପ୍ଲିଟ୍‌ କରିଛନ୍ତି।

ତେବେ ଜିନତ ନିଜ ସମୟରେ ବୋଲ୍ଡ ପୋଷାକ ପିନ୍ଧିବାର ଟ୍ରେଣ୍ଡ ଆରମ୍ଭ କରିଥିଲେ। ସେ ଜଣେ ମଡେଲ ଭାବେ କ୍ୟାରିୟର ଆରମ୍ଭ କରିଥିବା ବେଳେ ୧୯୭୦ରେ ଫେମିନା ମିସ୍‌ ଇଣ୍ଡିଆ ଏବଂ ମିସ୍‌ ଏସିଆ ପେସିଫିକ୍‌ ଇଣ୍ଟରନ୍ୟାଶନାଲରେ ଭାଗ ନେଇଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା। ସେ ୧୯୭୦ରେ ମଧ୍ୟ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ୧୯୭୧ରେ ରିଲିଜ ହୋଇଥିବା ‘ହରେ ରାମା ହରେ କୃଷ୍ଣା’ ତାଙ୍କୁ ରାତାରାତି ଷ୍ଟାର କରିଥିଲା।

Share