କିଭ୍,୨୯।୩ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଭେଟିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେ ୟୁକ୍ରେନ ଗସ୍ତ କରିବାକୁ ଜିନପିଙ୍ଗଙ୍କୁ ଆମନ୍ତ୍ରଣ କରିଛନ୍ତି। ବୁଧବାର ଆସୋସିଏଟେଡ ପ୍ରେସ ଦ୍ୱାରା ପ୍ରକାଶିତ ଖବରରେ ଏହା ଉଲ୍ଲେଖ କରାଯାଇଛି।
ଆସୋସିଏଟେଡ ପ୍ରେସକୁ ଦେଇଥିବା ଏକ ସାକ୍ଷାତକାରରେ ଜେଲେନସ୍କି ଏଭଳି କହିଛନ୍ତି। ଜିନପିଙ୍ଗଙ୍କୁ ୟୁକ୍ରେନ୍ବାସୀ ଦେଖିବାକୁ ଚାହୁଁଛନ୍ତି ବୋଲି ସେ ନ୍ୟୁଜ ଏଜେନ୍ସିକୁ କହିଛନ୍ତି।