ଫୁଟବଲ ବିଶ୍ୱକପ ଫାଇନାଲରେ ଭାଷଣ ଦେବାକୁ ଚାହୁଁଥିଲେ ଜେଲେନସ୍କି: ଫିଫା କଲା ମନା…

କିଭ୍‌,୧୭।୧୨ : ଫୁଟବଲ ବିଶ୍ୱକପ ଫାଇନାଲ ମ୍ୟାଚ୍‌ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ବିଶ୍ୱ ଶାନ୍ତିର ବାର୍ତ୍ତା ପ୍ରଦାନ କରିବାକୁ ବିଶ୍ୱକପ ଆୟୋଜକଙ୍କୁ ଏକ ଅନୁରୋଧ କରିଥିଲେ। ତେବେ ଏହାକୁ ଫିଫା ପକ୍ଷରୁ ମନା କରାଯାଇଛି। ରବିବାର କତାରରେ ହେବାକୁ ଥିବା ଟୁର୍ନାମେଣ୍ଟର ଫାଇନାଲ ପୂର୍ବରୁ ଜେଲେନସ୍କି ଷ୍ଟାଡିୟମରେ ପ୍ରଶଂସକଙ୍କୁ ଏକ ଭିଡିଓ ବାର୍ତ୍ତା ଦେବାକୁ ଚାହୁଁଥିଲେ। ତେବେ ଏନେଇ ୟୁକ୍ରେନ ଏବଂ କ୍ରୀଡ଼ାର ପରିଚାଳନା ସଂସ୍ଥା ମଧ୍ୟରେ ଆଲୋଚନା ଜାରି ରହିଛି ବୋଲି ସିଏନଏନ ରିପୋର୍ଟ କରିଛି।

ସୂଚନାଯୋଗ୍ୟ,ୟୁକ୍ରେନ ଆକ୍ରମଣ ପରେ ରୁଷିଆ ଦଳକୁ ଏହି ଟୁର୍ନାମେଣ୍ଟରେ ଭାଗ ନେବାକୁ ବାରଣ କରାଯାଇଥିଲା। ଏଥି ସହିତ, ୟୁକ୍ରେନ ରାଷ୍ଟ୍ରପତି ଅନେକ ସରକାରୀ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱ ମଞ୍ଚରେ ଶାନ୍ତି ଏବଂ ସହାୟତା ପାଇଁ ବାରମ୍ବାର ନିବେଦନ କରିଛନ୍ତି। ଯେଉଁଥିରେ ଇସ୍ରାଏଲର ସଂସଦ, ଆମେରିକାର ସଂସଦ, ଗ୍ରାମୀ ପୁରସ୍କାର, କାନ୍ସ ଫିଲ୍ମ ଫେଷ୍ଟିଭାଲ ଏବଂ ଜି-୨୦ ସମ୍ମିଳନୀ ଆଦି ରହିଛି। ସେଲେନ ପାଲ ଏବଂ ଡେଭିଡ ଲେଟରମ୍ୟାନଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ତଥା ଜଣାଶୁଣା ମନୋରଞ୍ଜନକାରୀଙ୍କ ସହ ଜେଲେନସ୍କି ସାକ୍ଷାତକାର ଏବଂ ବାର୍ତ୍ତାଳାପ ମଧ୍ୟ କରିଛନ୍ତି।

 

Share