କ୍ୱିଭ,୧୩ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧରେ ଅନେକ ଧନ ଜୀବନ ନଷ୍ଟ ହୋଇଥିବା ବେଳେ ରୁଷିଆର ଦବଦବା ଏବେ ୟୁକ୍ରେନ୍ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି । ୨ ଦିନ ପୂର୍ବରୁ ୟୁକ୍ରେନ ମେଲିଟୋପୋଲର ମେୟରଙ୍କୁ ରୁଷିଆ ଅପହରଣ କରିଥିବା ଜଣାପଡିଥିଲା । ଏବେ ମେୟରଙ୍କୁ ମୁକୁଳାଇବା ପାଇଁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍ସ୍କି ଫ୍ରାନ୍ସ ଓ ଜର୍ମାନୀ ନେତାଙ୍କ ସହଯୋଗ ଲୋଡିଛନ୍ତି । ଏବେ ଏକ ଭିଡିଓ ଜାରି କରି ଜେଲେନ୍ସ୍କି କହିଛନ୍ତି, ରାତିରେ ଓ ଆଜି ଆମେ ଆମ ମେୟରଙ୍କ ସହ ସ୍ଥିତି ଓ ସହଯୋଗୀତା ସମ୍ପର୍କରେ କଥା ହୋଇଥିଲୁ । ଆମର ଦାବି ସ୍ଫଷ୍ଟ ଯେ ତାଙ୍କୁ ତୁରନ୍ତ ଛାଡି ଦିଆଯାଉ । ମୁଁ ପ୍ରଥମେ ଜର୍ମାନ ଚାନସଲର ଓଲାଫ ସ୍କୋଲ୍ଜଙ୍କୁ ଫୋନ କରିଥିଲି, ମୁଁ ଫ୍ରାନ୍ସ ରାଷ୍ଟ୍ରପତି ଇମ୍ୟାନୁଏଲ ମୈକ୍ରନଙ୍କ ସହ କଥା ହୋଇଛି । ମୁଁ ଆମ ଲୋକଙ୍କୁ ମୁକୁଳାଇବା ପାଇଁ ଆବଶ୍ୟକ ଲୋକଙ୍କ ସହ କଥା ହେବି ।
ଏହାସହ ଜେଲେନସ୍କି କହିଛନ୍ତି ଯେଉଁ ଦେଶମାନେ ମସ୍କୋ ସହ ସମ୍ପର୍କରେ ରହିଛନ୍ତି ମୁଁ ବିଶ୍ୱର ସେ ସମସ୍ତ ଦେଶକୁ କହିବି ଫ୍ରାନ୍ସ, ଜର୍ମାନୀ ଇସ୍ରାଏଲ ଆଦି ମୋତେ ବାଟ ଦେଖାନ୍ତୁ ସ୍ଥିତିକୁ କିଭଳି ପ୍ରଭାବିତ କରିହେବ ।