କ୍ୱିଭ୍, ୧୩।୪ : ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍ଙ୍କ ନିକଟତମ କୁହାଯାଉଥିବା ଭିକ୍ଟର ମେଦଓ୍ବେଦଚୁକ୍ଙ୍କୁ ୟୁକ୍ରେନ୍ ସୈନ୍ୟ ଗିରଫ କରିଛନ୍ତି। ରାଷ୍ଟ୍ରପତି ଭୋଲଡାମିଅର ଜେଲେନସ୍କି ଭିକ୍ଟରଙ୍କ ବଦଳରେ ଅଟକଥିବା ୟୁକ୍ରେନ୍ ନାଗରିକଙ୍କ ମୁକ୍ତି ଦାବି କରିଛନ୍ତି। ଭିକ୍ଟରଙ୍କର ଏକ ଫଟୋ ମଧ୍ୟ ୟୁକ୍ରେନ୍ ପକ୍ଷରୁ ଜାରି କରାଯାଇଛି।
ଏସମ୍ପର୍କରେ ୟୁକ୍ରେନ୍ ପ୍ରତିରକ୍ଷା ସେବା ମୁଖ୍ୟ ଇଭାନ୍ ବାକାନୋଭ୍ ଫେସ୍ବୁକ୍ ପୋଷ୍ଟରେ ସୂଚନା ପ୍ରଦାନ କରିଛନ୍ତି। ୬୭ ବର୍ଷ ବୟସ୍କ ଭିକ୍ଟର ୟୁକ୍ରେନ୍ର ଜଣେ ବଡ଼ ବ୍ୟବସାୟୀ। ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ୟୁକ୍ରେନ୍ କହିଛି। ରୁଷିଆ ସୈନ୍ୟ ଏବେ ସୁଦ୍ଧା ୧୭୦୦ ୟୁକ୍ରେନ୍ ଲୋକଙ୍କ ବନ୍ଧକ ରଖିଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରେ ୫୦୦ରୁ ଅଧିକ ମହିଳା ରହିଛନ୍ତି।