ରୁଷିଆ ଆକ୍ରମଣକୁ ଡରିଲେଣି ଜେଲେନସ୍କି

କ୍ୱିଭ୍‌,୭ା୧୧: ୟୁକ୍ରେନ ଉପରେ ରୁଷିଆର ଅଧିକ ଆକ୍ରମଣ ନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭୟଭୀତ ହୋଇପଡ଼ିଛନ୍ତି। ରୁଷିଆ ଆକ୍ରମଣ ଭୟରେ କ୍ୱିଭ୍‌ର ମେୟର ଯଥାଶୀଘ୍ର କ୍ୱିଭ୍‌ ଛାଡ଼ିବାକୁ ପ୍ରସ୍ତୁତ ରହିବାକୁ ବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି। ଏହି ଆକ୍ରମଣରେ ଜଳ ଏବଂ ବିଦ୍ୟୁ ଯୋଗାଣ ବ୍ୟାହତ ହେଲେ ତୁରନ୍ତ କ୍ୱିଭ୍‌ ଛାଡିବାକୁ ପ୍ରସ୍ତୁତ ରହିବାକୁ ସେ ଲୋକଙ୍କୁ କହିଛନ୍ତି।

ରୁଷିଆ ପାଓ୍ବାର ପ୍ଲାଣ୍ଟକୁ ଟାର୍ଗେଟ କରିପାରେ୍‌। ଜେଲେନସ୍କି କହିଛନ୍ତି, ରୁଷିଆ ଆମ ଦେଶରେ ଭିତ୍ତିଭୂମିକୁ ଟାର୍ଗେଟ କରିପାରିବ ଏବଂ ଶକ୍ତି ଭିତ୍ତିଭୂମି ଆକ୍ରମଣର ପ୍ରଥମ ସମ୍ଭାବନା ରହିଛି। ଏହି ଆକ୍ରମଣରେ ପାଓ୍ବାର ପ୍ଲାଣ୍ଟଗୁଡ଼ିକ ବହୁ ପରିମାଣରେ ପ୍ରଭାବିତ ହୋଇଥିବା ସେ କହିଛନ୍ତି। ସେ କହିଛନ୍ତି, ଦେଶରେ ୪.୫ ମିଲିୟନରୁ ଅଧିକ ଲୋକ ବିନା ବିଦ୍ୟୁତ୍‌ରେ ବଞ୍ଚିଛନ୍ତି। ଶୀତଦିନ ପର୍ଯ୍ୟନ୍ତ ଶକ୍ତି ଏବଂ ଖାଦ୍ୟ ଉପରେ ଯୁଦ୍ଧର ପ୍ରଭାବ ରହିଲେ ୟୁକ୍ରେନର ଅବସ୍ଥା ଆହୁରି ଖରାପ ହୋଇପାରେ ବୋଲି ସେ କହିଛନ୍ତି।

Share