ଜେଲେନସ୍କି ଏକୁଟିଆ ନୁହନ୍ତି, ଆମେ ସାଙ୍ଗରେ ଅଛୁ, କହିଲେ ୩ ଦେଶର ପ୍ରଧାନମନ୍ତ୍ରୀ…

କ୍ୱିଭ୍‌, ୧୬।୩ : ଚେକ ରିପବ୍ଲିକ, ପୋଲାଣ୍ଡ ଏବଂ ସ୍ଲୋଭେନିଆର ପ୍ରଧାନମନ୍ତ୍ରୀଙ୍କ ସହ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସାକ୍ଷାତ ସମାପ୍ତ ହୋଇଛି। ସମସ୍ତ ଦେଶ ଜେଲେନସ୍କିଙ୍କୁ ସମର୍ଥନ କରିଛନ୍ତି।

ସ୍ଲୋଭେନିଆର ପ୍ରଧାନମନ୍ତ୍ରୀ ଜାନେଜ ଜାନସା, ପୋଲାଣ୍ଡର ପ୍ରଧାନମନ୍ତ୍ରୀ ମାଟେଜ ମୋରାଓ୍ବିକି, ପୋଲାଣ୍ଡର ଡେପୁଟି ପ୍ରଧାନମନ୍ତ୍ରୀ ଜାରୋସାଓ କାଞ୍ଚିସ୍କି ଏବଂ ଚେକ ପ୍ରଧାନମନ୍ତ୍ରୀ ପେଟ୍ର ଫିଆଲା ଜେଲେନସ୍କିଙ୍କୁ ଭେଟିଛନ୍ତି। ସେମାନେ ଜେଲେନସ୍କିଙ୍କୁ କହିଥିଲେ ଯେ ଆପଣ ଏକା ନୁହଁନ୍ତି।

ସୋସିଆଲ ମିଡିଆରେ ଏହି ସଭାର ଏକ ଭିଡିଓ ପୋଷ୍ଟ କରାଯାଇଛି। ରାଷ୍ଟ୍ରପତି ଜେଲେନସ୍କି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏଭଳି ସହଯୋଗୀମାନଙ୍କ ସହ ଆମେ ଏହି ଯୁଦ୍ଧରେ ନିଶ୍ଚିତ ଜିତିବୁ।

ନାଟୋର ସେକ୍ରେଟେରୀ ଜେନେରାଲ ଜେନ୍ସ ଷ୍ଟୋଲଟେନ୍ବର୍ଗ କହିଛନ୍ତି ଯେ ଆମେ ଚିନ୍ତିତ ଯେ ମସ୍କୋ ୟୁକ୍ରେନରେ ଏକ ମିଥ୍ୟା ଫ୍ଲାଗ୍‌ ଅପରେଶନ କରିପାରେ। ସମ୍ଭବତ ରାସାୟନିକ ଅସ୍ତ୍ର ସମେତ ଜୈବିକ ଅସ୍ତ୍ରଶସ୍ତ୍ରର ମଧ୍ୟ ବ୍ୟବହାର କରିବାର ଆଶଙ୍କା ମଧ୍ୟ ରହିଛି। ୟୁକ୍ରେନ୍‌କୁ ଯେକୌଣସି ସମର୍ଥନ, ସାମରିକ ହେଉ କିମ୍ବା ଅନ୍ୟ ସମର୍ଥନ, ତାହା ନାଟୋ ଯୋଗାଇ ଦେବ।

Share