ଜେଲେନସ୍କିଙ୍କୁ ଘାରିଛି ପୁଟିନଙ୍କ ଭଡାଟିଆ ଗୁଣ୍ଡା ୱାଗନର୍‌ ଗ୍ରୁପ ଚିନ୍ତା…

କିଭ୍‌,୧୧।୧ : ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଭଡାଟିଆ ଗୁଣ୍ଡାଙ୍କୁ ୟୁକ୍ରେନ୍‌ରେ ଆତଙ୍କ ସୃଷ୍ଟି କରିଛନ୍ତି। ଏମାନଙ୍କୁ ‘ୱାଗନର୍‌ ଗ୍ରୁପ’ କୁହାଯାଉଛି। ରୁଷିଆର ଏହି ଘରୋଥ ସେନା ପୁଣିଥରେ ୟୁକ୍ରେନ ବିରୁଦ୍ଧରେ ଆକ୍ରମଣାତ୍ମକ ହୋଇପଡିଛି। ୱାଗନର୍‌ ଗ୍ରୁପ୍ର ମୁଖ୍ୟ ୟେଭେଗେନି ପ୍ରିଗୋଜିନ ଦାବି କରିଛନ୍ତି ଯେ ତାଙ୍କ ସୈନ୍ୟମାନେ ୟୁକ୍ରେନର ସୋଲେଦାର ସହରକୁ ସମ୍ପୂର୍ଣ୍ଣ ଦଖଲ କରିଛନ୍ତି।

ଗତ ଗ୍ରୀଷ୍ମରୁ ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ଏହି ବିଜୟ ମସ୍କୋର ପ୍ରଥମ ପ୍ରମୁଖ ଯୁଦ୍ଧକ୍ଷେତ୍ରର ସଫଳତା ହେବ ବୋଲି ସେ କହିଛନ୍ତି। ପ୍ରିଗୋଜିନ ଦାବି କରିଛନ୍ତି ଯେ ଆମର ସୈନ୍ୟମାନେ ସହରର ମଧ୍ୟ ଭାଗରେ ୟୁକ୍ରେନ ସୈନିକଙ୍କୁ ଘେରି ରହିଥିଲେ ଏବଂ ରାସ୍ତା ମଝିରେ ମୁହାଁମୁହିଁ ଯୁଦ୍ଧ ହୋଇଥିଲା। ଗିରଫ ହୋଇଥିବା ୟୁକ୍ରେନ ଯୁଦ୍ଧବନ୍ଦୀଙ୍କ ସଂଖ୍ୟା ପରେ ଘୋଷଣା କରାଯିବ।
ତେବେ ଓ୍ବାଗନର ଗ୍ରୁପ୍‌ଙ୍କୁ ନେଇ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ୱାଗନର୍‌ ଗ୍ରୁପ ଏକ ବ୍ୟବସାୟିକ ସେନା। ଏହାକୁ ଜେଲେନସ୍କି ଭଡାଟିଆ ଗୁଣ୍ଡା ବୋଲି କହୁଛନ୍ତି। ଏହି ଗ୍ରୁପ୍‌ ଟଙ୍କା ନେଇ ଯୁଦ୍ଧରେ ଭାଗ ନେଇଥାନ୍ତି ।

Share