କ୍ୱିଭ୍,୮।୩ : ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଙ୍ଗଳବାର ଆମେରିକା, ବ୍ରିଟେନ୍ ସମେତ ସମସ୍ତ ପାଶ୍ଚାତ୍ୟ ଦେଶଙ୍କ ଉପରେ ବର୍ଷିଛନ୍ତି। ଗତ ୧୩ ଦିନ ଧରି ପାଶ୍ଚାତ୍ୟ ଦେଶଗୁଡ଼ିକ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଥିଲେ ମଧ୍ୟ ଏହା ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ର କେବଳ ନୀରବ ଦ୍ରଷ୍ଟା ସାଜିଛନ୍ତି। ୟୁକ୍ରେନ୍ ଏକ ବଡ଼ ଯୁଦ୍ଧ ଏକୁଟିଆ ଲଢୁଛି। ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଆମେ ଶୁଣୁଛୁ ଯେ, ଆମକୁ ଯୁଦ୍ଧ ବିମାନ ଯୋଗାଇ ଦିଆଯିବ।
ମାତ୍ର ପାଶ୍ଚାତ୍ୟ ଦେଶଗୁଡ଼ିକ ଏସମ୍ପର୍କିତ ନିଷ୍ପତ୍ତି ନେଇ ପାରି ନାହାନ୍ତି। ଏହା ଦ୍ୱାରା ୟୁକ୍ରେନ୍ କେବଳ କ୍ଷତି ସହି ଚାଲିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର ଏଭଳି ନିଷ୍ପତ୍ତି ନେବାରେ ଅକ୍ଷମତା ଏକ ଜଟିଳ ସ୍ଥିତି ସୃଷ୍ଟି କରିଥିବା ଜେଲେନସ୍କି କହିଛନ୍ତି।