କିଭ୍,୨୧ା୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ସମସ୍ତ ଶାନ୍ତି ଆଲୋଚନାରେ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ। ଏଭଳି ପରିସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର୍ ଜେଲେନ୍ସ୍କି ଶନିବାର କିଭ୍ ଏବଂ ମସ୍କୋ କଥାବାର୍ତ୍ତା ମଧ୍ୟରେ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ୟୁକ୍ରେନ ଯୁଦ୍ଧ କେବଳ କୂଟନୈତିକ ମାଧ୍ୟମରେ ସମାଧାନ ହୋଇପାରିବ। ସେ କହିଛନ୍ତି ଯୁଦ୍ଧ ରକ୍ତାକ୍ତ ହେବ, ଲଢ଼େଇ ହେବ, କିନ୍ତୁ ଏହା ନିଶ୍ଚିତ ଭାବେ କେବଳ କୂଟନୈତିକ ମାଧ୍ୟମରେ ହିଁ ଶେଷ ହେବ।