ଡୋନବାସ ଉପରେ ବଡ ଧରଣର ଆକ୍ରମଣ ଯୋଜନାରେ ଅଛି ରୁଷିଆ: ୟୁକ୍ରେନ୍ ରାଷ୍ଟ୍ରପତି

କ୍ୱିଭ୍‌,୩୧ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୩୬ ଦିନରେ ପହଞ୍ଚିଲାଣି । ହେଲେ ରୁଷିଆ ପକ୍ଷରୁ ୟୁକ୍ରେନ୍ ଉପରେ ଆକ୍ରମଣ ଲଗାତାର ଜାରି ରହିଛି । ୟୁକ୍ରେନର ବଡ ବଡ ସହର ଯେମିତିକି ରାଜଧାନୀ କ୍ୱିଭ୍‌, ଖାର୍କିବ, ଲବିବ, ମୋରିଉପୋଲ, ଓଡେସେ ସମେତ ଆହୁରି କିଛି ସହରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ଲକ୍ଷ୍ୟରେ ରହିଛି ରୁଷିଆ । ଏହାକୁ ନେଇ ପ୍ରାୟତଃ ସାରା ବିଶ୍ୱ ରୁଷିଆର ନିନ୍ଦା କରୁଛନ୍ତି । ଏବେ ଏହି ଯୁଦ୍ଧକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଦାବି କରିଛନ୍ତି କି ଏବେ ରୁଷିଆ ଡୋନବାସ ଉପରେ ବଡ ଧରଣର ଆକ୍ରମଣ ଯୋଜନାରେ ରହିଛି ।
ଜେଲେନସ୍କି କହିଛନ୍ତି ରୁଷିଆ ଏବେ ତା’ର ନଜର ୟୁକ୍ରେନ୍ ରାଜଧାନୀ କ୍ୱିଭ ଉପରୁ ହଟାଇ ୟୁକ୍ରେନର ପୂର୍ବରେ ଥିବା ଡୋନବାସ ଉପରେ କେନ୍ଦ୍ରିତ କରୁଛି । ରୁଷିଆ ଖୁବଶୀଘ୍ର ଡୋନବାସ ଉପରେ ବଡ ଧରଣର ଆକ୍ରମଣ କରିବା ଯୋଜନାରେ ରହିଛି ବୋଲି ଜେଲେନସ୍କି ଦାବି କରୁଛନ୍ତି । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇ ସହଯୋଗର ହାତ ବଢାଇଛନ୍ତି । ବାଇଡେନ ୟୁକ୍ରେନକୁ ସାହାଯ୍ୟ କରିବାକୁ ୫୦୦ ମିଲିୟନ ଡଲାର ଅଧିକ ରାଶି ଘୋଷଣା କରିଛନ୍ତି ।

Share