ଜେଲନସ୍କିଙ୍କ ବଡ ବୟାନ, ଖେରସନରେ ରୁଷିଆ ସେନା ପଛକୁ ହଟିବା ଯୁଦ୍ଧ ଶେଷ ହେବାର ଆରମ୍ଭ

କ୍ୱିଭ,୧୫ ।୧୧: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କି କହିଛନ୍ତି ଖେରସନରୁ ରୁଷିଆ ସେନା ପଛକୁ ହଟିଯିବା ଯୁଦ୍ଧ ଶେଷର ଆରମ୍ଭ । ଏହା ପୂର୍ବରୁ ଖେରସନ ସହରରୁ ରୁଷିଆ ସେନା ପଛକୁ ହଟି ଯାଇଛନ୍ତି । ଏହା ପୂର୍ବରୁ ବି ଜେଲନସ୍କି ଦାବି କରିଥିଲେ କି ଖେରସନ ଏବେ ଆମର । ୟୁକ୍ରେନ୍ ରାଷ୍ଟ୍ରପତି ଏହାବି କହିଥିଲେ କି ଏବେ ୟୁକ୍ରେନ୍ ସେନା ଖେରସନରେ ପ୍ରବେଶ କରି ସାରିଛନ୍ତି । ଆମେ ରୁଷିଆ ସେନାଙ୍କୁ ଦେଶରୁ ବାହାର କରି ସମସ୍ତଙ୍କୁ ସ୍ୱାଧିନ କରିଦେବୁ ।

ସୂଚନାଯୋଗ୍ୟ, ରୁଷିଆ କବଜାରୁ ମୁକ୍ତ ହେବା ପରେ ରାଷ୍ଟ୍ରପତି ଜେଲନସ୍କି ଖେରସନ ଗସ୍ତ କରିଥିଲେ । ଏହିସମୟରେ ସେ କହିଥିଲେ କି ଏବେ ଖେରସନ ସହର ଗସ୍ତ କରିବାର ଆବଶ୍ୟକତା ଥିଲା । ସେନା ପ୍ରତିଦିନ ସମସ୍ୟାକୁ ସାମ୍ନା କରୁଛନ୍ତି, ଖବରଦାତା ସବୁଦିନ ସମସ୍ୟା ଭିତରେ ଖବର ସଂଗ୍ରହ କରୁଛନ୍ତି ତ ମୁଁ କାହିଁକି ନୁହେଁ । ଲୋକଙ୍କୁ ସମର୍ଥନ କରିବାକୁ ଖେରସନବାସୀଙ୍କ ବିଷୟରେ କଥା ହେବା ଆବଶ୍ୟକ । ତେବେ ତାଙ୍କୁ କେବଳ ଅନୁଭବ କରିବାକୁ ଆମେ ଏଭଳି କଥା କହୁଛୁ ତା’ନୁହେଁ ବରଂ ବାସ୍ତବରେ ଏହା ଆମର ବିଜୟ ବୋଲି ଜେଲନସ୍କି କହିଛନ୍ତି ।

Share