ନାଟୋ ଆମକୁ ଗ୍ରହଣ କରିବ କି ନା ଖୋଲାଖୋଲି ଭାବେ କହୁ: ଜେଲେନ୍‌ସ୍କି

କ୍ୱିଭ୍‌,୨୨ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ଏକ ମାସ ପୂରଣ ହେବାକୁ ଯାଉଛି । ଏବେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ଏକ ବୟାନ ଚର୍ଚ୍ଚାକୁ ଆସିଛି । ସେ କହିଛନ୍ତି ନାଟୋ ଖୋଲାଖୋଲି ଭାବେ କହୁ ସେ ୟୁକ୍ରେନକୁ ଗ୍ରହଣ କରିବାକୁ ଚାହୁଁଛି ନା ନାହିଁ । ଦ କ୍ୱିଭ ଇଣ୍ଡିପେଣ୍ଡେଣ୍ଟର ସୂଚନା ଅନୁଯାୟୀ, ଏକ ସାକ୍ଷାତ୍‌କାରରେ ଜେଲେନସ୍କି କହିଛନ୍ତି ନାଟୋ ସ୍ପଷ୍ଟ କରିବା ଦରକାର ଯେ ସେ ଆମକୁ ସ୍ୱୀକାର କରିବାକୁ ଚାହୁଁଛି ନା ନାହିଁ । ନାଟୋ ରୁଷିଆକୁ ଭୟ କରୁଛି, ଯାହା ସତ୍ୟ ।
ସୂଚନାଯୋଗ୍ୟ, ୨ ସପ୍ତାହ ପୂର୍ବରୁ ଜେଲେନସ୍କି କହିଛନ୍ତି ୟୁକ୍ରେନ୍ ପାଇଁ ନାଟୋର ସଦସ୍ୟତା ହାସଲ କରିବାକୁ ସେ ବାଧ୍ୟ କରୁ ନାହାନ୍ତି । ନାଟୋ ୟୁକ୍ରେନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ରାଷ୍ଟ୍ରପତି କହିଥିଲେ ନାଟୋ ବିବାଦସ୍ପଦ ପରିସ୍ଥିତି ଓ ରୁଷିଆ ସହ ମୁହାଁମୁହିଁ ହେବାକୁ ଭୟ କରୁଛି । ଏହାପୂର୍ବରୁ ରୁଷିଆ କହିଥିଲା ଆମେ ଚାହୁଁଛୁ ପଡୋଶୀ ୟୁକ୍ରେନ୍ ନାଟୋରେ ସାମିଲ ନ ହେଉ ।

Share