ନାଟୋକୁ ସାମରିକ ସହାୟତା ମାଗିଲେ ଜେଲେନ୍‌ସ୍କି

ବ୍ରୁସେଲ୍ସ, ୨୪ା୩: ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଗୁରୁବାର ନାଟୋ ସମ୍ମିଳନୀକୁ ସମ୍ବୋଧନ କରି ଅସୀମିତ ସାମରିକ ସହାୟତା ପାଇଁ ନିବେଦନ କରିଛନ୍ତି। ଜେଲେନ୍‌ସ୍କି କହିଛନ୍ତି, ୟୁକ୍ରେନ୍‌କୁ ବ୍ୟାପକ ଆଣ୍ଟାଇ-ଏୟାର, ଆଣ୍ଟାଇ-ଶିପ୍‌ ଓ୍ବିପନ୍‌ ଆବଶ୍ୟକ। ଏସବୁ ବିନା ଯୁଦ୍ଧରେ ତିଷ୍ଠିବା ସମ୍ଭବ ନୁହେଁ। ଆମେ ପାଶ୍ଚାତ୍ୟ ଓ ରୁଷିଆ ମଧ୍ୟରେ ଫସିଥିବା ଭଳି ଅନୁଭବ କରୁଛୁ। ଯୁଦ୍ଧ ସମୟରେ ଆମେ ସହାୟତା ମାଗୁଥିବାବେଳେ ଏହାର ସ୍ପଷ୍ଟ ଉତ୍ତର ନ ମିଳିବା ଭୟଙ୍କର ବୋଲି ସେ କହିଛନ୍ତି। ଏଥିସହ ରୁଷିଆର ଆକ୍ରମଣକୁ ମାସେ ପୂରିବା ଅବସରରେ ସମଗ୍ର ବିଶ୍ୱ ରାସ୍ତାକୁ ଆସି ବିକ୍ଷୋଭ କରିବାକୁ ଜେଲେନ୍‌ସ୍କି ଆହ୍ବାନ ଦେଇଛନ୍ତି। ରୁଷିଆକୁ ଅଟକାଇ ଏହି ଯୁଦ୍ଧ ବନ୍ଦ କରିବାକୁ ପଡ଼ିବ। ଘରୁ ବାହାରି ୟୁକ୍ରେନ୍‌କୁ ସମର୍ଥନ କର ବୋଲି ସେ ବିଶ୍ୱବାସୀଙ୍କୁ ନିବେଦନ କରିଛନ୍ତି।

Share