ଜି- ୭ ଦେଶର ସମର୍ଥନ ଲୋଡ଼ିଲେ ଜେଲେନ୍‌ସ୍କି

ହିରୋସୀମା,୨୧ା୫: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଜାପାନର ହିରୋସିମାରେ ପହଞ୍ଚିଛନ୍ତି। ଏଠାରେ ସେ ଜି- ୭ ଦେଶର ମୁଖ୍ୟମାନଙ୍କୁ ଭେଟିଥିଲେ। ଏହି ସମୟ ମଧ୍ୟରେ ସେ ଯୁଦ୍ଧ ସମ୍ବନ୍ଧରେ ଜି -୭ ଦେଶରୁ ସମର୍ଥନ ଲୋଡିଥିଲେ। ଜେଲେନ୍‌ସ୍କି ରବିବାର କହିଛନ୍ତି, ସମସ୍ତ ସହଯୋଗୀ ଏବଂ ଅଂଶୀଦାରମାନେ ଏକ ସ୍ତରର ସହଯୋଗ ହାସଲ କରିଛନ୍ତି। ଯାହା ଗଣତନ୍ତ୍ର, ଅନ୍ତର୍ଜାତୀୟ ଆଇନ ଏବଂ ସ୍ବାଧୀନତାକୁ ସମ୍ମାନ ଦିଆଯାଉଛି।

ଜେଲେନ୍‌ସ୍କି ଟୁଇଟ୍‌ କରି କହିଛନ୍ତି, ଆମର ସମସ୍ତ ସହଯୋଗୀ ଏବଂ ସହଭାଗୀମାନଙ୍କ ସହ ଆମେ ସହଯୋଗ ହାସଲ କରିଛୁ। ଯାହା ନିଶ୍ଚିତ କରେ ଯେ ଗଣତନ୍ତ୍ର, ଅନ୍ତର୍ଜାତୀୟ ଆଇନ ଏବଂ ସ୍ବାଧୀନତାକୁ ସମ୍ମାନ ଦିଆଯାଉଛି। ଆମର ମୂଲ୍ୟକୁ ଅଣଦେଖା କରିବାକୁ ଚେଷ୍ଟା କରାଯାଇଛି, କିନ୍ତୁ ବର୍ତ୍ତମାନ ଏହା ଅସମ୍ଭବ ବୋଲି ସେ କହିଛନ୍ତି। ଆମର ଶକ୍ତି ବୃଦ୍ଧି ପାଉଛି। ଯିଏ ଗଣତାନ୍ତ୍ରିକ ଦେଶ ବିରୋଧରେ ଆକ୍ରମଣାତ୍ମକ ହେବାକୁ ଚାହୁଁଛି, ପ୍ରତିକ୍ରିୟା କ’ଣ ହେବ ତାହା ଦେଖିବ।

Share