କ୍ୱିଭ,୬ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୧ ଦିନ ପୂରଣ ହେଲାଣି । ହେଲେ ଏବେବି ୟୁକ୍ରେନର ବଡ ବଡ ସହରରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳୁଛି । ରୁଷିଆ ତା’ ଜିଦରେ ଅଟଳ ଥିବା ବେଳେ ୟୁକ୍ରେନ ବି ମୁଣ୍ଡ ନୁଆଉ ନାହିଁ । ଏଭଳି ପରିସ୍ଥିତିରେ ୟୁକ୍ରେନ ଏବେ ଧ୍ୱଂସ ସ୍ତୁପରେ ପରିଣତ ହେବାକୁ ଯାଉଛି । ଏହାରି ଭତରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍ସ୍କି ଫୋନ ଯୋଗେ ଆମେରିକା ସାଂସଦଙ୍କ ସହ କଥା ହୋଇଛି । କଥା ହେବା ସମୟରେ ଜେଲେନ୍ସ୍କି କହିଛନ୍ତି ଶେଷଥର ପାଇଁ ଆପଣ ମୋତେ ଜୀବିତ ଅବସ୍ଥାରେ ଦେଖୁଛନ୍ତି । ଜେଲେନସ୍କିଙ୍କ ଏଭଳି କଥାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ପ୍ରତିରକ୍ଷା ବିଶେଷଜ୍ଞମାନେ କହୁଛନ୍ତି ୟୁକ୍ରେନ୍ ରୁଷିଆ ନିକଟରେ ଆତ୍ମ ସମର୍ପଣ କରିପାରେ ନଚେତ ଜେଲେନସ୍କିଙ୍କର ମୃତ୍ୟୁ ହୋଇପାରେ ।
ସୂଚନାଯୋଗ୍ୟ, ରୁଷିଆର ଆକ୍ରମଣ ଫଳରେ ନିସହାୟ ହୋଇ ପଡିଲାଣି ୟୁକ୍ରେନ୍ । ଭିନ୍ନ ଭିନ୍ନ ଦେଶଠାରୁ ସହଯୋଗ ଲୋଡୁଛି ୟୁକ୍ରେନ୍ । ଏପଟେ ରୁଷିଆ ୟୁକ୍ରେନର ସୀମାବର୍ତ୍ତି ଅଞ୍ଚଳକୁ କବଜା କରି ସାରିଲାଣି ।