ମାନବିକ ସହାୟତା ପଠାଇବାକୁ ମୋଦିଙ୍କୁ ଚିଠି ଲେଖିଲେ ଜେଲେନସ୍କି…

ମସ୍କୋ,୧୨।୪ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ରୁଷିଆ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଅତିରିକ୍ତ ମାନବିକ ସହାୟତା ପଠାଇବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ଅନୁରୋଧ ଏପରି ଏକ ସମୟରେ ଆସିଛି ଯେତେବେଳେ ୟୁକ୍ରେନର ଡେପୁଟି ବୈଦେଶିକ ମନ୍ତ୍ରୀ ଇମିନ ଜାପାରୋଭା ଚାରି ଦିନିଆ ଭାରତ ଗସ୍ତରେ ଅଛନ୍ତି।

ରାଷ୍ଟ୍ରପତି ଜେଲେନସ୍କିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖାଯାଇଥିବା ଏକ ଚିଠି ଗତକାଲି ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ ଇମିନ ଜାପାରୋଭାଙ୍କ ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କୁ ପ୍ରଦାନ କରାଯାଇଛି। ଚିଠିରେ ଔଷଧ ଏବଂ ଚିକିତ୍ସା ଉପକରଣ ସମେତ ୟୁକ୍ରେନ ଅତିରିକ୍ତ ମାନବିକ ଯୋଗାଣ ପାଇଁ ଅନୁରୋଧ କରିଛି। ଏହା ଉପରେ ଲେଖୀ ଟୁଇଟ କରି ୟୁକ୍ରେନକୁ ମାନବିକ ସହାୟତା ପଠାଇବାକୁ ନିଶ୍ଚିତ କରିଛନ୍ତି।

Share