ଜେଲେନସ୍କିଙ୍କ ନାଟୋକୁ ଅନୁରୋଧ, ଆମକୁ ବଞ୍ଚାଅ, ନଚେତ ଆପଣଙ୍କ ଦେଶକୁ ମଧ୍ୟ ଧ୍ୱଂସ କରିଦେବ ରୁଷିଆ କ୍ଷେପଣାସ୍ତ୍ର…

କ୍ୱିଭ୍‌,୧୪।୩ : ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ୧୯ ଦିନ ଧରି ଜାରି ରହିଛି। ଧୀରେ ଧୀରେ ରୁଷିଆ ଆକ୍ରମଣକୁ ବୃଦ୍ଧି କରୁଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଥମିବାର କୌଣସି ଉପାୟ ବାହାରିବା ଭଳି ମନେ ହେଉନାହିଁ। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚତୁର୍ଥ ରାଉଣ୍ଡ ଆଲୋଚନା ଦିନେ ଦୁଇ ଦିନ ମଧ୍ୟରେ ହୋଇପାରେ ବୋଲି ଖବର ମିଳିଛି।

ୟୁକ୍ରେନର ୨୪ଟି ସହରକୁ ଟାର୍ଗେଟ କରାଯାଉଛି। ସେଥିମଧ୍ୟରୁ ୧୯ ଟି ସହରରେ ରେଡ ଆଲର୍ଟ ଜାରି କରାଯାଇଛି। ରୁଷିଆ ଏସବୁ ସହରରେ ଲଗାତାର ବୋମା ବର୍ଷା କରୁଛି।

ରବିବାର ବିଳମ୍ବିତ ରାତିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କଠାରୁ ଏକ ଭିଡିଓ ବାର୍ତ୍ତା ପ୍ରକାଶ ପାଇଛି। ଏଥିରେ ସେ ପୁଣି ଥରେ ନାଟୋରୁ ୟୁକ୍ରେନକୁ ନୋ-ଫ୍ଲାଏ ଜୋନ ବୋଲି ଘୋଷଣା କରିବାକୁ ସେ ଅନୁରୋଧ କରିଛନ୍ତି।

ଏହା ସହିତ ସେ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଯଦି ଆପଣ ୟୁକ୍ରେନର ଆକାଶକୁ ନୋ ଫ୍ଲାଏ ଜୋନ ବୋଲି ଘୋଷଣା ନକରନ୍ତି, ତେବେ ଖୁବ ଶୀଘ୍ର ନାଟୋ ଦେଶରେ ମଧ୍ୟ ରୁଷିଆର ରକେଟ ମାଡ଼ ହେବା ସହିତ କ୍ଷେପଣାସ୍ତ୍ର ମଧ୍ୟ ପଡ଼ିବ।

Share