ପ୍ରଥମଥର ମୁହଁ ଖୋଲିଲେ ଜେଲେନ୍‌ସ୍କି, କହିଲେ ଯୁଦ୍ଧରେ ୧,୩୦୦ ସେନାଙ୍କର ହେଲାଣି ମୃତ୍ୟୁ

କ୍ୱିଭ,୧୩ ।୩: ୟୁକ୍ରେନ୍ ଉପରେ ପ୍ରଥମେ ୨୪ ଫେବୃୟାରୀ ୨୦୨୨ରେ ରୁଷିଆ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲା । ଏହାରି ଭିତରେ ଏହି ଯୁଦ୍ଧକୁ ୧୭ ଦିନ ପୂରଣ ହୋଇ ଯାଇଥିବା ବେଳେ ପ୍ରଥମଥର ଲାଗି ମୁହଁ ଖୋଲିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍‌ସ୍କି । ସେ କହିଛନ୍ତି ରୁଷିଆ ସହ ଯୁଦ୍ଧରେ ପ୍ରାୟ ୧,୩୦୦ ସେନାଙ୍କ ଜୀବନ ଗଲାଣି ।
ନିକଟରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି ରୁଷିଆ ନେତାଙ୍କୁ କହିଥିଲେ, ରୁଷିଆକୁ ଏହି ଯୁଦ୍ଧର ପରିଣତି ଭୋଗିବାକୁ ପଡିବ । ଆର୍ଥିକ ପ୍ରତିବନ୍ଧ ଯୋଗୁ ଲୋକେ ଘୃଣା କରିବା ଆରମ୍ଭ କରିବେ । ଏହି ଯୁଦ୍ଧ ପରେ କୋର୍ଟରେ ରୁଷିଆ ବିରୋଧରେ ଯୁଦ୍ଧ ଅପରାଧ ଅଭିଯୋଗ କରାଯିବ । ଯେତେବେଳେ ରୋଜଗାର କମିଯିବ, ପିଲାମାନଙ୍କର ଭବିଷ୍ୟତ ନଷ୍ଟ ହୋଇଯିବ ସେହି ସମୟରେ ଲୋକେ ଘୃଣା କରିବା ଆରମ୍ଭ କରିବେ । ଗୁରୁବାର ଜେଲେନ୍‌ସ୍କି ଏକ ଭିଡିଓ ଜାରି କରି ଏକଥା କହିଛନ୍ତି ।

Share