Categories: ବାଣିଜ୍ୟ

ଜେଲିଓର ଅଲ୍‌ ନ୍ୟୁ ଗ୍ରାସି ସିରିଜ୍‌

ଭୁବନେଶ୍ୱର,୧୦ା୬: ଦେଶର ପ୍ରମୁଖ ଇଲେକ୍ଟ୍ରି ଭେଇକିଲ ବା ଇଭି ଟୁହ୍ବିଲର ଷ୍ଟାର୍ଟଅପ ଜେଲିଓ ଇ-ବାଇକ୍ସର ଅଲ୍‌ ନ୍ୟୁ ଗ୍ରାସି ସିରିଜ୍‌ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଏ ସମ୍ପର୍କରେ ଜେଲିଓ ଇ-ବାଇକ୍ସର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ କୁନାଲ ଆର୍ଯ୍ୟା କହିଛନ୍ତି, ଇଭି ବଜାରରେ ଆମେ ଆମର ନୂଆ ସିରିଜ୍‌ର ଶୁଭାରମ୍ଭ କରି ବେଶ୍‌ ଉତ୍ସାହିତ ଅଛୁ।

ଏପରିକି ଲୋ-ସ୍ପିଡ୍‌ ଇଲେକ୍‌ଟ୍ରିକ ସ୍କୁଟରଗୁଡ଼ିକର ବ୍ୟବହାରିକତା, ସୁଲଭତା ଓ ପରିବେଶ ଲାଭ କାରଣରୁ ପ୍ରାଧାନ୍ୟ ବିସ୍ତାର କରିଥାନ୍ତି। ସେହିଭଳି ସହରାଞ୍ଚଳ ଉପଭୋକ୍ତାମାନେ ବର୍ଦ୍ଧିତ ରୂପେ ସୁଲଭ ଓ ସ୍ଥାୟୀ ଯାତାୟାତ ବିକଳ୍ପର ସନ୍ଧାନ କରୁଛନ୍ତି ଏବଂ ଲୋ-ସ୍ପିଡ୍‌ ଇଭିଗୁଡିକ ସେମାନଙ୍କ ପାଇଁ ଏକ ଉପଯୁକ୍ତ ସମାଧାନ ପାଲଟିଛି। ଏପରିକି ଡାଇନାମିକ ବିଏଲ୍‌ଡିସି ମୋଟରଠାରୁ ଆରମ୍ଭକରି ଆଡ୍‌ଭାନ୍ସଡ ବ୍ରେକିଂ ସିଷ୍ଟମ ପର୍ଯ୍ୟନ୍ତ ଆମ ସ୍କୁଟରଗୁଡିକର ପ୍ରତ୍ୟେକ ଉପାଦାନକୁ ସର୍ବୋଚ୍ଚମାନ ଓ ନିର୍ଭରଯୋଗ୍ୟତା ସୁନିଶ୍ଚିତ କରିବା ପାଇଁ ଯତ୍ନର ସହ ଚୟନ ଓ ପରୀକ୍ଷଣ କରାଯାଇଛି।

Share