Categories: ଖେଳ

ଡେବ୍ୟୁ ମ୍ୟାଚ୍‌ରେ କରିଥିଲେ ‘ଶୂନ’: କିନ୍ତୁ କ୍ରିକେଟରେ ରଚିଥିଲେ ଇତିହାସ

ଭାରତୀୟ କ୍ରିକେଟରେ ପୂର୍ବତନ ଭାରତ କ୍ରିକେଟର ସୁରେଶ ରାଇନାଙ୍କ ସ୍ବତନ୍ତ୍ର ଅବଦାନ ରହିଛି। ଏକଦିବସୀୟ ଏବଂ ଟି -୨୦ କ୍ରିକେଟରେ ସୁରେଶ ରାଇନା ନିଜର ପରିଚୟ ସୃଷ୍ଟି କରିଥିଲେ। ରାଇନା ଆଜି ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ନଭେମ୍ବର ୨୭ ୧୯୮୬ରେ ଗାଜିଆବାଦରେ ଜନ୍ମଗ୍ରହଣ କରିଥିବା ରାଇନା ଭାରତ ପାଇଁ ୨୨୬ଟି ଏକଦିବସୀୟ, ୭୮ଟି-୨୦ ଏବଂ ୧୮ଟି ଟେଷ୍ଟ ମ୍ୟାଚ ଖେଳିଥିଲେ। ସୁରେଶ ରାଇନା ଶ୍ରୀଲଙ୍କା ବିପକ୍ଷରେ ଜୁଲାଇ ୩୦, ୨୦୦୫ରେ ଡେବ୍ୟୁ କରିଥିଲେ। ତେବେ ରାଇନାଙ୍କ ପ୍ରଥମ ମ୍ୟାଚ ବହୁତ ଖରାପ ଥିଲା। ପ୍ରଥମ ବଲରେ ରାଇନା ନିଜର ଉଇକେଟ ହରାଇଥିଲେ, ତାଙ୍କୁ ମୁରଲୀଧରନ ଏଲବିଡବ୍ଲ୍ୟୁ ଆଉଟ୍‌ କରିଥିଲେ। ତେବେ, ରାଇନା ଏହା ପରେ ଆଉ ପଛକୁ ଚାହିଁ ନ ଥିଲେ। ସୁରେଶ ରାଇନା ତାଙ୍କ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱ ଟି -୨୦ ମ୍ୟାଚରେ ରାଇନା ଏକ ଶତକ ହାସଲ କରିଥିଲେ। ସେତେବେଳେ ଟେଷ୍ଟ, ଏକଦିବସୀୟ ଏବଂ ଟି -୨୦ ରେ ଶତକ ହାସଲ କରିଥିବା ରାଇନା ଭାରତର ପ୍ରଥମ କ୍ରିକେଟର ହୋଇଥିଲେ। ଏହା ବ୍ୟତୀତ ସେ ହେଉଛନ୍ତି ଏକମାତ୍ର ଆଇପିଏଲ ଖେଳାଳି ଯିଏ କ୍ରମାଗତ ୭ଟି ସିଜିନରେରେ ୪୦୦ରୁ ଅଧିକ ରନ ସ୍କୋର କରିଛନ୍ତି। ୧୫ ଅଗଷ୍ଟ ୨୦୨୦ରେ ସୁରେଶ ରାଇନା ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ।

Share