ଜାତୀୟ ରାଜପଥରେ ମେଡିଆନ୍‌ ଗଛ ଶୂନ

କେନ୍ଦୁଝର,୧୩ା୧୦(ସ୍ବ.ପ୍ର.): କେନ୍ଦୁଝର ସହର ଦେଇ ଯାଇଥିବା ଜାତୀୟ ରାଜପଥ ୪୯ର ଅନେକ ସ୍ଥାନରେ ରାସ୍ତା ମଝିରେ ହୋଇଥିବା ବୃକ୍ଷରୋପଣ (ମେଡିଆନରେ ଗଛ) ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ମରି ଯାଇଛି। ତେବେ ବର୍ଷେ ନ ପୂରୁଣୁ ଏଭଳି ଗଛ ଶୂନ ହୋଇଯିବା ସମସ୍ତଙ୍କୁ ଚକିତ କରିଛି। ଫଳରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଲଗାଯାଇଥିବା ଚାରା ପାଣିରେ ପଡ଼ିଯାଇଛି। ସେହିପରି ରାସ୍ତାକଡ଼ରେ ଲାଗିଥିବା ଗଛ ବହୁ ସ୍ଥାନରେ ନଷ୍ଟ ହୋଇଯାଇଥିଲେ ହେଁ ପୁଣି ଥରେ ବୃକ୍ଷରୋପଣ କରାଯାଇନାହିଁ।

ପ୍ରକାଶ ଯେ, କେନ୍ଦୁଝର ଦେଇ ଯାଇଥିବା ରାଜପଥ ମେଡିଆନ୍‌ରେ ଓ ରାସ୍ତା ଉଭୟ ପାର୍ଶ୍ୱରେ ବିଭିନ୍ନ ପ୍ରଜାତିର ଚାରାରୋପଣ କରାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ବାଇପାସ୍‌ ରାସ୍ତା ବେଲଦାଠାରୁ ଧୃର୍ପଦା ଏବଂ ଅଞ୍ଜରଠାରୁ ଶୁଆକାଟୀ ମଧ୍ୟରେ ମେଡିଆନରେ ଗଛ ମରି ଯାଇଛି। ମେଡିଆନ୍‌ରେ ଗଛ ନ ଥିବାରୁ ରାତିରେ ଗାଡ଼ି ଚଳାଚଳ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଅପରପାର୍ଶ୍ୱରୁ ଆସୁଥିବା ଗାଡ଼ି ଲାଇଟ୍‌ ସିଧାସଳଖ ଚାଳକଙ୍କ ଆଖିରେ ପଡୁଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ କନିଅରକୁ ବାଦ୍‌ ଦିଆଯାଇ ଟଗର, ବୋଗନଭିଲିଆ, କାଲଆନ୍ଧ୍ରା, ସୀତାଫଳ, ଟେକୋମି ଆଦି ବୃକ୍ଷରୋପଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ମେଡିଆନ୍‌ ବୃକ୍ଷରୋପଣରେ ଏହି ଗଛ ସାମିଲ କରି ଲଗାଯିବାକୁ କୁହାଯାଇଥିଲେ ମଧ୍ୟ ପ୍ରକୃତ ପକ୍ଷେ ଗଛ ନ ଥିବାରୁ ଠିକାଦାରଙ୍କ କାମ ଉପରେ ସନ୍ଦେହ ସୃଷ୍ଟି ହେଉଛି। ବର୍ଷାଦିନ ସରିଥିବା ବେଳେ ମେଡିଆନରେ ମରିଥିବା ଗଛ ସ୍ଥାନରେ ନୂତନ ଗଛ ଲଗାଯାଇନାହିଁ। ବର୍ଷାଦିନ ଆରମ୍ଭରୁ ଏହା ଲଗାଯାଇଥିଲେ ଅଧିକ ଗଛ ବଞ୍ଚତ୍ଥାନ୍ତା ବୋଲି ପରିବେଶବିତ୍‌ ପ୍ରଦୀପ ମହାନ୍ତି କହିଛନ୍ତି। ଏହାର ତଦନ୍ତ ହେଲେ ଗଛ ଲଗାଇଥିବା ଓ ତଦାରଖ କରିଥିବା ସଂସ୍ଥାର ଦୁର୍ନୀତି ପଦାକୁ ଆସିପାରିବ ବୋଲି ଆଇନଜୀବୀ ସୁରଜ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀ କିରାଣିଙ୍କୁ ସିଡିପିଓଙ୍କ ନିର୍ଯାତନା: କରୁଣ କାହାଣୀ ବଖାଣିଲେ, ପେଟରେ ମଲା…

ଡେରାବିଶ,୩୦।୧୦(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ୍‌ ମହିଳା ଓ ଶିଶୁ ସମନ୍ବିତ ବିଭାଗର ଜଣେ ଗର୍ଭବତୀ କିରାଣିଙ୍କୁ ସିଡିପିଓ ନିର୍ଯାତନା ଦେବାରୁ...

ଦର ବୃଦ୍ଧି ସତ୍ତ୍ୱେ ଧନତେରସରେ ୨୫ କୋଟିର ବ୍ୟବସାୟ

ବ୍ରହ୍ମପୁର,୩୦।୧୦(ସ୍ମୃତି ରଞ୍ଜନ ମହାଲିକ): ଧନତେରସ ଓ ଅକ୍ଷୟ ତୃତୀୟା ଭଳି ଦିନରେ ଗହଣା ସାମଗ୍ରୀ କିଣିଲେ ଶୁଭ ଓ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ ବୋଲି...

ବାତ୍ୟା ଗଲା, ସରିଲାନି ଦୁର୍ଦ୍ଦଶା

ସିମୁଳିଆ, ୩୦।୧୦(ସନ୍ତୋଷ ନାୟକ): ଗୁରୁବାର ରାତିରୁ ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ ବାତ୍ୟା ‘ଦାନା’ର ତାଣ୍ଡବ ଜାରି ରହିବା ପରେ ଥମିଯାଇଥିଲା। ତେବେ ବାତ୍ୟା ଛାଡ଼ିଯିବା ପରେ...

ସାଙ୍ଘାତିକ ଗୋଷ୍ଠୀ ସଂଘର୍ଷ:୩ ମହିଳା ସହ ୫ ଜଣଙ୍କୁ ନିର୍ମମ ହତ୍ଯା, ୪ ଗୁରୁତର

ସୁନ୍ଦରଗଡ,୩୦/୧୦(ଜୟ ନାରାୟଣ ମେଣ୍ଡୁଳି)ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ କରମଡିହି ଗୀତାପଡାରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏହି ଘଟଣାରେ ତିନି...

୮୪୩ ଜିଓ ଟ୍ୟାଗ୍‌ଡ ଅଧିକାରୀଙ୍କ ଦରମା ବନ୍ଦ

ବାରିପଦା,୩୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲାରେ ଗ୍ରାମୀଣ ଗୃହ ନିର୍ମାଣ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ୮୪୩ ଜିଓ ଟ୍ୟାଗ୍‌ଡ ଅଫିସରଙ୍କ ଦରମା ବନ୍ଦ କରାଯାଇଛି ା...

‘୫ ମାସ ହେଲା ଦଳରେ ଅଣଦେଖା ହେଉଥିଲି’, ବିଜେଡି ଛାଡିଲେ ଶ୍ରେଷ୍ଠ ବିଧାୟିକା ସୁନନ୍ଦା ଦାସ

ବରୀ,୨୯।୧୦: ବିଜେଡି ଛାଡ଼ିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଦଳର ସୁପ୍ରିମୋ...

କଥା କଟାକଟିରୁ ସୁନାଦୋକାନୀଙ୍କ ଏସିଡ୍‌ ମାଡ, ରାଜମିସ୍ତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ

ଖଇରା, ୨୯ା୧୦(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ତୁଡିଗଡିଆ ବଜାରସ୍ଥିତ ଅଶୋକ ସାହୁ ନାମକ ଗହଣା ଦୋକାନୀଙ୍କ ଏସିଡ୍‌ ଆକ୍ରମଣରେ ରାମଚନ୍ଦ୍ର ପାଢୀ ନାମକ...

ବୁଧବାର ଅପରାହ୍ନରୁ ୫ ଘଣ୍ଟା ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ଯିବାକୁ ଥିଲେ ଜାଣି ରଖନ୍ତୁ

ପୁରୀ,୨୯ା୧୦(ଅଜିତ୍‌ କୁମାର ମହାନ୍ତି)- କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ବୁଧବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri