Advertisement

ଜିରୋ ନାଇଟ୍‌ ସେଲିବ୍ରେଶନ: ଜଲଓ୍ବା ଦେଖାଇଲେ ଇଣ୍ଡିଆନ ଆଇଡ଼ଲ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ‘ଜିରୋ ନାଇଟ୍‌’ ସେଲିବ୍ରେଶନ ଏବଂ ନବବର୍ଷ ୨୦୨୪ ପାଇଁ ଇସ୍ପାତ ସହର ରାଉରକେଲାରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପାନପୋଷ ବ୍ରାହ୍ମଣୀ କ୍ଲବ, ସେକ୍ଟର-୨୦ ରାଉରକେଲା କ୍ଲବ, ସେକ୍ଟର-୨ ଜର୍ମାନୀ କ୍ଲବ ସମେତ ଛୋଟବଡ଼ ହୋଟେଲରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଡିଜେ ନାଇଟ୍‌, ଅର୍କେଷ୍ଟ୍ରା, ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ, ର଼୍ୟାମ୍ପ ଶୋ ଆଦି କରାଯାଇଥିଲା। କିଛି କ୍ଲବରେ ବାହାର ରାଜ୍ୟରୁ କଳାକାରମାନଙ୍କୁ ନେଇ ବିଶେଷ ଆୟୋଜନ କରାଯାଇଥିଲା।

ବ୍ରାହ୍ମଣୀ କ୍ଲବରେ ଇଣ୍ଡିଆନ୍‌ ଆଇଡ଼ଲ୍‌ ଫେମ୍‌ ରିକ୍‌ ବାସୁ ଓ ସାରେଗାମା ଫେମ୍‌ ରନିତା ବାନାର୍ଜୀ ମୁଖ୍ୟ ଆକର୍ଷଣ ସାଜିଥିଲେ। ସେହିପରି ଆର୍‌ଏସ୍‌ପି ରାଉରକେଲା କ୍ଲବରେ ସୋନି ଟିଭି ଇଣ୍ଡିଆନ୍‌ ଆଇଡ଼ଲ୍‌ ଫେମ୍‌ ଅଭିଷେକ କୁମାର, ବମ୍ବେରୁ କଣ୍ଠଶିଳ୍ପୀ ଅମ୍ରିତା ସିହ୍ନା ଏବଂ ଡିଜେ ଆବାସ୍‌ ଜଲଓ୍ବା ଦେଖାଇଥିଲେ।

ଅନୁରୂପ ଭାବେ ସେକ୍ଟର-୨ ଜର୍ମାନୀ କ୍ଲବରେ ଇଣ୍ଡିଆନ୍‌ ଆଇଡ଼ଲ୍‌ ଫେମ୍‌ ନିଧି ରସ୍ତୋଗୀ, ବଲିଉଡ୍‌ ପାର୍ଶ୍ୱ କଣ୍ଠଶିଳ୍ପୀ ରୋହନ ପାଠକ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିବା ଜଣାପଡିଛି। ଏହାବ୍ୟତୀତ ସେକ୍ଟର ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ନୃତ୍ୟଗୀତର ଆସର ମଧ୍ୟ ଆୟୋଜନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମଗୁଡ଼ିକ ରାତି ୯ଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ। ଅନ୍ୟପକ୍ଷେ ଇସ୍ପାତ ସହରରେ ବିଶେଷ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପୋଲିସ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share