ରାଜଧାନୀରେ ଜିରୋ ନାଇଟ୍‌ ସେଲିବ୍ରେଶନ ମନା

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ରାଜଧାନୀରେ ଜିରୋ ନାଇଟ୍‌ ସେଲିବ୍ରେଶନ ମନା। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ହେଟେଲ, କ୍ଲବ, କନ୍‌ଭେନ୍‌ସନ ହଲ, କଲ୍ୟାଣ ମଣ୍ଡପରେ ଏହା କରାଯାଇପାରିବ ନାହିଁ। ଏଥିସହ ଅନ୍ୟ କୌଣସି ସ୍ଥାନରେ ଅଧିକ ଜନସମାଗମ ହୋଇପାରିବ ନାହିଁ। କେବଳ ନିଜ ଘରେ ପରିବାର ସହ ନୂଆବର୍ଷ ପାଳିବାକୁ ସୋମବାର ବିଏମ୍‌ସି କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି।

Share