୩ ସ୍କୁଲରେ ଶୂନ ରେଜଲ୍ଟ,୧୧୭୦ରେ ସବୁ ପାସ୍‌

କଟକ ଅଫିସ,୬।୭: ବୁଧବାର ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷାଫଳ। ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ବେଳେ କୃତକାର୍ଯ୍ୟ ହୋଇଛନ୍ତି ୫,୧୭,୮୪୭। ତଦନୁଯାୟୀ ପାସ ହାର ୯୦.୫୫% ରହିଛି। ତେବେ ୩ ସ୍କୁଲରେ କୌଣସି ପିଲା ପାସ କରିନାହାନ୍ତି। ମାଲକାନଗିରିର ୨ ଏବଂ ଅନୁଗୋଳର ଗୋଟିଏ ସ୍କୁଲରେ ଶୂନ ରେଜଲ୍ଟ ହୋଇଛି।

ରାଜ୍ୟରେ ୧୧୭୦ ସ୍କୁଲର ସମସ୍ତ ପିଲା ପରୀକ୍ଷାରେ ପାସ କରିଛନ୍ତି। ହେଲେ ଶୂନ ରେଜଲ୍ଟ ହୋଇଥିବା ୩ଟି ସ୍କୁଲ ମଧ୍ୟରୁ ମାଲକାନଗିରିର ୨ଟି ସ୍କୁଲରେ ମୋଟ ୨ଟି ପିଲା ପଢୁଥିବା ବେଳେ ଅନୁଗୋଳର ଉକ୍ତ ସ୍କୁଲରେ ମଧ୍ୟ ୨ଜଣ ପିଲା ପଢୁଥିଲେ ବୋଲି ମନ୍ତ୍ରୀ କହିଛନ୍ତି।

ପ୍ରକାଶ ଯେ, ଯେଉଁ ଛାତ୍ରୀଛାତ୍ର ନିଜ ପରୀକ୍ଷାଫଳରେ ସନ୍ତୁଷ୍ଟ ନୁହନ୍ତି, ସେମାନେ ରି-ଚେକିଂ ଲାଗି ଆବେଦନ କରିପାରିବେ। ଜୁଲାଇ ୧୧ରୁ ୨୫ ପର୍ଯ୍ୟନ୍ତ ସେମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।