ଅଜ୍ଞାତ ସ୍ଥାନରେ ଲୁଚିଛନ୍ତି ଜେଲେନସ୍କି…

କ୍ୱିଭ୍‌,୮।୩ : ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅଜ୍ଞାତ ସ୍ଥାନରେ ଲୁଚି ରହିଛନ୍ତି। ତାଙ୍କୁ ସୁରକ୍ଷା ଦେବା ପାଇଁ ଆମେରିକାର ନୌସେନା ସିଲ ଏବଂ ବ୍ରିଟିଶ ଏସ୍‌ଏଏସ୍‌ କମାଣ୍ଡୋ ନିୟୋଜିତ କରାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜେଲେନସ୍କିଙ୍କ ନିକଟକୁ ଏପରି ଏକ ଜିନିଷ ପଠାଇଛନ୍ତି, ଯାହା ସହିତ ସେ ନିରନ୍ତର ଯୋଗାଯୋଗରେ ରହିବେ।

କେବଳ ଏତିକି ନୁହେଁ, ବାଇଡେନ ମଧ୍ୟ ଏଭଳି ବ୍ୟବସ୍ଥା କରିଛନ୍ତି, ଯାହାଫଳରେ ଜେଲେନସ୍କି ଶର୍ଟ ନୋଟିସରେ ସିଧାସଳଖ ତାଙ୍କ ନିକଟରେ ପହଞ୍ଚି ପାରିବେ।

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଆମେରିକା ଜେଲେନସ୍କିଙ୍କ ପାଖକୁ ନାଟୋ ଆଇଟି ଆସେଟ ଲାପଟପ ପଠାଇଛି। ଯାହା ଦ୍ୱାରା ନାଟୋ ଦେଶ ସହ ୟୁକ୍ରେନର ଯୋଗାଯୋଗ ନିରନ୍ତର ହୋଇପାରିବ।

ୟୁକ୍ରେନର ଡୋନେଟସ୍କ ପିପୁଲ୍ସ ରିପବ୍ଲିକ ରାଇଟ୍‌ ସେକ୍ଟର୍‌ ନିଓ-ନାଜି ପାରାମିଲିଟାରୀ ଗୋଷ୍ଠୀର ଏକ ମୁଖ୍ୟାଳୟରେ ଏହା ପହଞ୍ଚତ୍ଥିବା ବିଷୟରେ ଜଣାଇଛି।

ଖବରକାଗଜ ଅନୁଯାୟୀ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପାଖରେ ମୋବାଇଲ ଏନକ୍ରିପ୍ଟ ହୋଇଥିବା ଯୋଗାଯୋଗ ଉପକରଣ ରହିଛି, ଯାହା ତାଙ୍କ ସହିତ ସବୁବେଳେ ଥାଏ।

ଜେଲେନସ୍କି ଏହି ମୋବାଇଲରୁ ଯେକୌଣସି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇପାରିବେ। ଶନିବାର ବାଇଡେନଙ୍କ ସହ ୩୫ ମିନିଟର କଲ ପାଇଁ ଜେଲେନସ୍କି ଏହି ଉପକରଣ ବ୍ୟବହାର କରିଥିବା ଜଣାଯାଇଛି।

Share