Advertisement

ସରପଞ୍ଚରୁ ଜିଲା ପରିଷଦ ଉପସଭାପତି

ଭବାନୀପାଟଣା,୨୫।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଆଟିଗଁା ୧ ନମ୍ବର ଜୋନ୍‌ ଜିଲା ପରିଷଦ ସଭ୍ୟା ସୁଧୀରା ମେହେର କଳାହାଣ୍ଡି ଜିଲା ପରିଷଦ ଉପସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଜିଲା ପରିଷଦ ଉପସଭାପତି ନିର୍ବାଚନରେ ବିଜେଡି ପକ୍ଷରୁ ତାଙ୍କ ନାମ ସୁପାରିଶ ହୋଇଥିଲା। ଉପସଭାପତି ପଦ ପାଇଁ ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ଫଳରେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଘୋଷଣା କରିଥିଲେ।

ସୁଧୀରା ଏହା ପୂର୍ବରୁ ଚିଚୈଗୁଡା ସରପଞ୍ଚ ଭାବେ ଦାୟିତ୍ୱ ତୁଲାଇଥିଲେ। ସରପଞ୍ଚ ଥିବା ସମୟରେ ସେ ଅନେକ ବିକାଶ ମୂଳକ କାର୍ଯ୍ୟ କରି ସ୍ଥାନୀୟ ଲୋକଙ୍କ ପ୍ରିୟଭାଜନ ହୋଇପାରିଥିଲେ। ଫଳରେ ପଞ୍ଚାୟତ ନିର୍ବାଚନରେ ବିଜେଡି ପକ୍ଷରୁ ତାଙ୍କୁ ଆଟିଗଁା ଜୋନ୍‌ ଜିଲା ପରିଷଦ ପ୍ରାର୍ଥତ୍ନୀ ଭାବେ ଛିଡା କରିଥିଲା।

ଭାଜପାର ଗଡ କୁହାଯାଉଥିବା ଏହି ଜୋନ୍‌ରେ ପ୍ରଥମ ଥର ପାଇଁ ସେ ବିଜେଡିକୁ ବିଜୟୀ ଦେଇଥିଲେ। ଏହି ଜୋନ୍‌ରେ ପୂର୍ବରୁ ବିଜେଡି ଖାତା ଖୋଲି ପାରି ନ ଥିଲା। ଲଗାତାର ୪ ଥର ଏଠାରେ ଭାଜପା ବିଜୟୀ ହୋଇଥିଲା। ହେଲେ ଏଥର ସୁଧୀରା ପୂର୍ବତନ ଜିଲା ପରିଷଦ ସଭାପତି ତଥା ଭାଜପା ରାଜ୍ୟ ସମ୍ପାଦିକା ଶର୍ମିଷ୍ଟା ମେହେରଙ୍କୁ ୧୦ ହଜାର ୮୫୫ ଭୋଟରେ ହରାଇ ବିଜୟୀ ହୋଇଥିଲେ। ମମିତା ମେହେର ହତ୍ୟା ଘଟଣାକୁ ନେଇ କଳାହାଣ୍ଡି ଜିଲା ସମେତ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତ ଥିବା ଅଭିଯୋଗ କରି ଇସ୍ତଫା ଓ ଗିରଫ ଦାବିରେ ବିରୋଧି ଗର୍ଜିଥିଲେ। ତେବେ ମନ୍ତ୍ରୀ ମିଶ୍ରଙ୍କୁ ଭରସା କରି ଦଳ କ୍ଲିନଚିଟ୍‌ ଦେଇଥିଲା। ଏପରିକି ପଞ୍ଚାୟତ ନିର୍ବାଚନରେ ଏହାକୁ ଚେକ୍‌ ଦେବା ପାଇଁ ବିଜେଡି ପକ୍ଷରୁ ଏହି ନିର୍ବାଚନମଣ୍ଡଳୀର ଏହି ଜୋନ୍‌ରେ ଉକ୍ତ ସମ୍ପ୍ରଦାୟର ସୁଧୀରାଙ୍କୁ ପ୍ରାର୍ଥତ୍ନୀ କରିଥିଲା। ସ୍ଥାନୀୟ ନିର୍ବାଚନମଣ୍ଡଳୀର ସବୁ ଜିଲା ପରିଷଦ ସଭ୍ୟା/ସଭ୍ୟ ମଧ୍ୟରୁ ସେ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ଫଳରେ ଦଳ ତାଙ୍କୁ ଭରସା କରି ଜିଲା ଉପସଭାପତି ପଦ ପାଇଁ ଚୟନ କରିଥିଲା। ସରପଞ୍ଚରୁ ଜିଲା ପରିଷଦ ଉପସଭାପତି ହେବାକୁ ନେଇ ସ୍ଥାନୀୟ ଚିଚୈଗୁଡା ପଞ୍ଚାୟବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏପରି କି ଦଳର କର୍ମକର୍ତ୍ତା ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share