Categories: ଖେଳ

୨୫ ରନ୍‌ରେ ଅଲଆଉଟ୍‌

ପୋଟଫେଷ୍ଟରୁମ,୧୬।୧: ଆଇସିସି ଅଣ୍ଡର-୧୯ ମହିଳା ଟି-୨୦ କ୍ରିକେଟ ବିଶ୍ୱକପରେ ଜିମ୍ବାୱେ ବିପକ୍ଷରେ ଇଂଲଣ୍ଡ ୧୭୪ ରନରେ ବିଜୟ ହାସଲ କରିଛି। ଇଂଲଣ୍ଡକୁ ଏକ ବଡ଼ ବିଜୟ ଦେବାରେ ଦଳର ବୋଲରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦକ୍ଷିଣ ଆଫ୍ରିକାର ପୋଟଫେଷ୍ଟରୁମରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪ ଉଇକେଟ ପାଇଁ ୧୯୯ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ସମଗ୍ର ଜିମ୍ବାୱେ ଦଳ ୧୨ ଓଭରରେ ୨୫ ରନରେ ଅଲଆଉଟ୍‌ ହୋଇଥିଲା।
ଇଂଲଣ୍ଡ ପାଇଁ ନିୟାମାହ ହଲାଣ୍ଡ ସର୍ବାଧିକ ୫୯ ରନ ସଂଗ୍ରହ କରିଥିବାବେଳେ ଓପନର୍‌ ଗ୍ରେସ ୪୫ ରନ ସଂଗ୍ରହ କରିଥିଲେ। ଚାରିସ ପାଭଲେ ମଧ୍ୟ ୪୫ ରନ ସଂଗ୍ରହ କରିଥିଲେ। ଇଂଲଣ୍ଡ ଦଳର ବଡ ସ୍କୋର ସାମ୍ନାରେ ଜିମ୍ବାୱେ ମହିଳା ଦଳ ସହଜରେ ଆତ୍ମସମର୍ପଣ କରିଥିଲେ। ଦଳ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଫଳସ୍ବରୂପ, ଦଳ ପାଇଁ କୌଣସି ବ୍ୟାଟ୍ସମ୍ୟାନ ଡବଲ ଫିଗରକୁ ମଧ୍ୟ ପାର କରି ପାରି ନ ଥିଲେ। ପରିସ୍ଥିତି ଏପରି ଥିଲା ଯେ, ୪ ବ୍ୟାଟ୍ସମ୍ୟାନ ସେମାନଙ୍କ ଆକାଉଣ୍ଟ ମଧ୍ୟ ଖୋଲିପାରି ନ ଥିଲେ। ଜିମ୍ବାୱେ ପାଇଁ ଆଡେଲି ଜିମୁନୁ ସର୍ବାଧିକ ଅପରାଜିତ ୫ ରନ ଇନିଂସ ଖେଳିଥିବା ବେଳେ ଓପନର୍‌ ନାଟାଲୀ ୪ ରନ କରିଥିଲେ।

Share