Categories: ଖେଳ

ସ୍କଟଲ୍ୟାଣ୍ଡକୁ ହରାଇ ସୁପର-୧୨ରେ ଜିମ୍ବାଓ୍ବେ

ହୋବାର୍ଟ,୨୧।୧୦: ସ୍କଟ୍‌ଲ୍ୟାଣ୍ଡ ବିପକ୍ଷରେ ବିଜେତା ହୋଇ ସୁପର-୧୨ରେ ପ୍ରବେଶ କରିଛି ଜିମ୍ବାଓ୍ବେ। ଏଠାରେ ଖେଳାଯାଇଥିବା ଆଇସିସି ଟି୨୦ ବିଶ୍ୱକପ୍‌ ୨୦୨୨ ମୁକାବିଲାରେ ଶୁକ୍ରବାର ଜିମ୍ବାଓ୍ବେ ସ୍କଟ୍‌ଲ୍ୟାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଥିଲା।

ମ୍ୟାଚ୍‌ରେ ସ୍କଟଲ୍ୟାଣ୍ଡ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୩୨ ରନ୍‌ କରିଥିଲା। ଜବାବରେ ଜିମ୍ବାଓ୍ବେ ୧୮.୩ ଓଭରରେ ୫ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା।

Share