Posted inଖେଳ

ଟି-୨୦ ବିଶ୍ୱକପରେ ସ୍ଥାନ ସୁରକ୍ଷିତ କଲା ଜିମ୍ବାଓ୍ବେ, ନେଦରଲ୍ୟାଣ୍ଡ୍ସ

ଦୁବାଇ,୧୬।୭: ଟି-୨୦ ବିଶ୍ୱକପରେ ସ୍ଥାନ ସୁରକ୍ଷିତ କରିଛି ଜିମ୍ବାଓ୍ବେ ଏବଂ ନେଦରଲ୍ୟାଣ୍ଡ୍ସ। ଆମେରିକାକୁ ପରାସ୍ତ କରି ନେଦରଲ୍ୟାଣ୍ଡ୍ସ ଟି୨୦ ବିଶ୍ୱକପରେ ସ୍ଥାନ ସୁରକ୍ଷିତ କରିଥିବା ବେଳେ ଆୟୋଜକ ଜିମ୍ବାଓ୍ବେ ପପୁଆ ନ୍ୟୁଗିନିକୁ ପରାସ୍ତ କରିଥିଲା। ଆମେରିକା ବିପକ୍ଷ ମ୍ୟାଚରେ ନେଦରଲ୍ୟାଣ୍ଡ୍ସ ପ୍ରଥମେ ବୋଲିଂ କରିଥିଲା। ଆମେରିକା ୧୯.୪ ଓଭରର ୧୩୮ ର୍‌ରେ ଅଲଆଉଟ ହେବା ପରେ ମ୍ୟାଚକୁ ୭ ଉଇକେଟରେ ଜିତି ନେଇଥିଲା ନେଦରଲ୍ୟାଣ୍ଡ୍ସ।
ଅନ୍ୟ ପକ୍ଷରେ ଘରୋଇ ଜିମ୍ବାଓ୍ବେ ୨୭ ରନ୍‌ରେ ପପୁଆ ନ୍ୟୁ ଗିନିକୁ ପରାସ୍ତ କରିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାଓ୍ବେକୁ ଏକ ଭଲ ଆରମ୍ଭ ଦେଇଥିଲେ ରେଗିସ୍‌ ଚାକାଭା ଓ କ୍ରେଗ୍‌ ଏର୍ଭିନ୍‌। ୧୯ ବଲରୁ ୩୦ ରନ୍‌ କରି ସେ ଆଉଟ ହୋଇଥିଲେ। କ୍ରେଗ୍‌ ଏର୍ଭିନ୍‌ ୩୮ ରନ୍‌ କରିଥିବା ବେଳେ ମାଧେଭୀର ସର୍ବାଧିକ ୪୨ ରନ୍‌ କରିଥିଲେ । ନିର୍ଦ୍ଧାରିତ ଓଭରରେ ଜିମ୍ବାଓ୍ବେ ୫ ଉଇକେଟ ହରାଇ ୧୯୯ ରନ୍‌ କରିଥିଲା। ଜବାବରେ ପପୁଆ ନ୍ୟୁ ଗିନି ୧୭୨ରନ୍‌ରେ ସୀମିତ ରହିବା ସହ ଜିମ୍ବାଓ୍ବେକୁ ମିଳି ଥିଲା ବିଶ୍ୱକପ ଟିକେଟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତକୁ ଦି’ ହାତ ହେଲେ ପିଭି ସିନ୍ଧୁ

ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନର ଉଦୟପୁରରେ ଧୂମଧାମରେ ସେ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି।...

ବଡ଼ ରେକର୍ଡ କଲେ ପାଣ୍ଡ୍ୟା: ବିସ୍ଫୋରକ ଇନିଂସ ଖେଳି…

ନୂଆଦିଲ୍ଲୀ,୨୩।୧୨: ବିଜୟ ହଜାରେ ଟ୍ରଫି ୨୦୨୪ରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପ୍ରଥମେ ବ୍ୟାଟିଂ କରି ବରୋଦା ୪୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଏହି ସମୟରେ...

ଭାରତକୁ ମିଳିଗଲା ଲେଡି ଜାହିର ଖାନ୍‌! କୁନି ଝିଅଙ୍କ ଦିଓ୍ବାନା ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨୩।୧୨: ମହାନ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଏକ ଛୋଟ ଝିଅ ବୋଲିଂ କରୁଥିବା ଦେଖାଯାଉଛି,...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ମହିଳା ଜନ୍ମଦେଲେ ପୁଅ….ସ୍ମୃତିରେ ରହିଗଲା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଜୋହାନ୍ସବର୍ଗ,୨୩।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ କ୍ରିକେଟ ବାହାରେ ଏକ ନିଆରା ଅନୁଭୂତି ଥିଲା।...

କୋହଲିଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ: ମାତ୍ର ୧୩୪ ରନ୍‌ କଲେ ଭାଙ୍ଗିବେ ମହାରେକର୍ଡ

ନୂଆଦିଲ୍ଲୀ,୨୩।୧୨: ବିରାଟ କୋହଲି ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଏକ ଶତକରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟ ଚୁପ ରହିଥିଲା।...

ଇତିହାସ ରଚିଲା ପାକିସ୍ତାନ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୨୩।୧୨:ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଡକ୍‌ୱର୍ଥ-ଲୁଇସ୍‌ ନିୟମ ଅଧୀନରେ ପାକିସ୍ତାନ...

ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୨।୧୨: ଜାନୁଆରୀ ୨୨ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ଦଳ...

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ସିଡନୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ରବିବାର ଅଭ୍ୟାସ ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri